ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବାପା ତୁମେ ମହାନ୍, ତ୍ୟାଗର ପ୍ରତୀକ ଜୀବନର ସବୁଠୁ ବଡ଼ ସାହାରା ସେ...

Published By : Ankita S | June 15, 2025 10:25 AM

ନୂଆଦିଲ୍ଲୀ,୧୫/୦୬: ସନ୍ତାନ ହେବା ସହଜ ହୋଇପାରେ ହେଲେ ବାପା ହେବା ଭାରି କଷ୍ଟ । ସେ ହାତ ଧରି ଚାଲିବା ଶିଖାଇଛନ୍ତି । ଏ ପିଣ୍ଡର କର୍ତ୍ତା ସେ । ହସି ହସି ସନ୍ତାନର ଅଳି ଅଝଟକୁ ଆଦରିଛନ୍ତି । କେବେ କିଛି ଚାହିଁ ନଥିବା ବାପା ଖାଲି ଦେଇ ଚାଲନ୍ତି ଜୀବନ ତମାମ...ବିଶ୍ୱାସର ବରଗଛ ସେ ବାପା । ଛାତିର କଷ୍ଟକୁ ଛପାଇ ସ୍ନେହ ଅଜାଡ଼ି ଦିଅନ୍ତି ସେ । ଭୋକରେ ହସୁଥିବା ଦୁଃଖରେ କାନ୍ଧୁଥିବା ମଣିଷ ଧୈର୍ଯ୍ୟର ପାହାଡ଼ ସେ ବାପା । ସନ୍ତାନର ଜୀବନରେ ବାପାଙ୍କ ଭୂମିକାକୁ ନେଇ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ ।

କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନା । ବାପା ଥିଲେ ସାହସ ଭାଙ୍ଗେନା । ସମସ୍ତଙ୍କ ଜୀବନରେ ବାପାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସନ୍ତାନର ଦୁଃଖରେ ମଜବୁତ୍ କାନ୍ଥ ହୋଇଥାନ୍ତି ସେ । ଜୀବନର ସବୁ ରାସ୍ତାକୁ ସହଜ କରନ୍ତି । ସେ ପାଖରେ ଥିଲେ ସବୁ ଦୁଃଖ ଭୁଲିଯାଏ ସନ୍ତାନ । ବାପା ଯିଏ ସ୍ନେହ ଆଦରରେ ନୁହେଁ ଗାଳି କରି ପ୍ରେରଣା ଦିଅନ୍ତି । ସନ୍ତାନର ଜୀବନର ବାପାଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ । ୧୯୦୭ ମସିହାରେ ଆମେରିକାରେ ଅନୌପଚାରିକ ଭାବେ ପିତାଙ୍କ ଦିବସ ପାଳନ ହୋଇଥିଲା । ୧୯୧୦ରେ ଆନୁଷ୍ଠାନିକ ଭାବେ ସୋନୋରା ସ୍ମାର୍ଟ ଡୋଡ୍ ଦ୍ୱାରା ଏହି ଦିନ ପାଳନ ଆରମ୍ଭ ହୋଇଥିଲା । ସୋନେରା ଛୋଟ ଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ପିଲା ୱିଲିୟମ ସ୍ମାର୍ଟ ତାଙ୍କୁ ଉଭୟ ମାଆ ଏବଂ ପିତାଙ୍କ ପ୍ରେମ ଦେଇଥିଲେ । କ୍ୟାପଟେନ୍ ୱିଲିୟମ୍ ଜ୍ୟାକସନ ସ୍ମାର୍ଟଙ୍କ ଝିଅ ସୋନୋରା ତାଙ୍କ ବାପାଙ୍କ ବଳିଦାନ ଏବଂ ସଂଗ୍ରାମକୁ ସମ୍ମାନ ଦେଇ ୧୯୦୯ ଜୁନ୍‌ ୫ରେ ପିତା ଦିବସ ପାଳନ କରିଥିଲେ ।

ପ୍ରତିଟି ସନ୍ତାନର ଜୀବନରେ ଉଭୟ ମାତା ଓ ପିତାଙ୍କର ଭୂମିକା ରହିଛି । କିନ୍ତି କେବେ କେବେ ପରିସ୍ଥିତି ଆସେ ପିତାଙ୍କୁ ଉଭୟ ମାତା ଓ ପିତାର କର୍ତ୍ତବ୍ୟ କରିବାକୁ ପଡିଥାଏ । ଦୁନିଆରେ ସେହି ଲୋକଙ୍କୁ କେବେ ଭୁଲିବା କଥା ନୁହେଁ ଯିଏ ଆମକୁ ଜିତାଇବାକୁ ଯାଇ ନିଜେ ହାରିଯାଆନ୍ତି । ଯାହାଙ୍କ ଆଶୀର୍ବାଦ ପାଇଁ ଆମେ ସବୁ କିଛି ପାଇଛେ । ଆଜି ଆମେ ଯାହା ବି ହୋଇ ପାରିଛେ ପିତାଙ୍କର ଅସୀମ ତ୍ୟାଗ ଓ ମାର୍ଗଦର୍ଶନର ଫଳ । ସତରେ ବାପା ସେ କେତେ ମହାନ୍ । ଆଜି ପିତୃ ଦିବସରେ ସବୁ ପିତାଙ୍କୁ ପ୍ରମେୟ ପରିବାର ତରଫରୁ ଅନେକ ଶୁଭେଚ୍ଛା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.