ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଇଂଲଣ୍ଡକୁ ୩-୨ରେ ହରାଇଲା ଭାରତୀୟ ମହିଳା ଟିମ୍, ପୁରୁଷ ଦଳ ୧-୩ରେ ସ୍ପେନ୍‌ଠୁ ହାରିଲା

Published By : Prameya | February 16, 2025 8:00 AM

ଭୁବନେଶ୍ୱର,୧୬/୦୨: କଳିଙ୍ଗ ଷ୍ଟାଡିୟମରେ ହକି ପର୍ବ ଆରମ୍ଭ ହୋଇଛି ।  ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଶନିବାର ୩ଟି  ମ୍ୟାଚ୍‌ ଖେଳାଯାଇଥିଲା । ମହିଳାରେ ଭାରତ  ୩-୨ରେ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ  କରିଥିବାବେଳେ ସ୍ପେନ୍‌ ୨-୧ରେ ଜର୍ମାନୀକୁ ପରାଜିତ କରିଥିଲା । ମାତ୍ର ଭାରତୀୟ ପୁରୁଷ ଦଳର ପରାଜୟ ଘରୋଇ ଦର୍ଶକଙ୍କ ହୃଦୟ  ଭାଙ୍ଗି ଦେଇଥିଲା । ଦଳ ପ୍ରଥମ ମ୍ୟାଚ୍‌ରେ ୧-୩ ଗୋଲ୍‌ରେ ସ୍ପେନ ନିକଟରୁ ହାରି ଯାଇଥିଲା । 

ନବନୀତଙ୍କ ଗୋଲ୍‌ରେ  ଜିତିଲା ଭାରତ

ଭାରତୀୟ ମହିଳା ଦଳ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଖାତା ଖୋଲିଛି । ସିଜନର  ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ୩-୨ ଗୋଲ୍‌ରେ  ଇଂଲଣ୍ଡକୁ ପରାସ୍ତ କରିଥିଲା । ୫୯ମିନିଟ୍‌ରେ  ନବନୀତ କୌର ଗୋଟିଏ ଦର୍ଶନୀୟ ଗୋଲ୍‌  କରି ଦଳକୁ ଜିତାଇଥିଲେ । ଏହି ମ୍ୟାଚ୍‌ରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଅତିଥି ଭାବେ ଯୋଗଦେଇ ଭାରତୀୟ ଦଳର ସୁନେଲିତା  ଟପ୍ପୋଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଟ୍ରଫି ପ୍ରଦାନ  କରିଥିଲେ । 

ଭାରତ-ଇଂଲଣ୍ଡ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଘରୋଇ ଦଳ ଆରମ୍ଭରୁ ଘନଘନ ଆକ୍ରମଣ କରି ଷଷ୍ଠ ମିନିଟ୍‌ରେ ଏକ ପେନାଲ୍ଟି ସୁଯୋଗ ପାଇଥିଲା । ମନୀଷା ଚୌହାନଙ୍କ ସଟ୍‌କୁ  ଇଂଲଣ୍ଡର ଟିସା ହୋୱାର୍ଡ ଅଟକାଇବାକୁ ପ୍ରୟାସ କରିଥିଲେ । ତାଙ୍କ ଷ୍ଟିକ୍‌ରେ ବଲ୍‌ ବାଜି ସୁଶୀଳା ଚାନୁଙ୍କ ନିକଟରେ ପହଞ୍ଚିଥିଲା । ସେ ଏକ  ଦମ୍‌ଦାର ସଟ୍‌ ମାରିଥିଲେ ଏବଂ ବୈଷ୍ଣବୀ ବିଥଲ୍‌ ଫାଲ୍‌କେ ବଲ୍‌କୁ ଗୋଲ୍‌ପୋଷ୍ଟରେ ପହଞ୍ଚାଇ ଦେଇଥିଲେ । ୧-୦ରେ ଆଗେଇ ଥିଲା ଭାରତ । ଏହାପରେ ଇଂଲଣ୍ଡ ପ୍ରତି ଜବାବ ଦେଇଥିଲା । ୧୨ମିନିଟ୍‌ରେ ଡାର୍ସି ବୋର୍ଣ୍ଣଙ୍କ ଗୋଲ୍‌ ବଳରେ ସ୍ଥିତି  ୧-୧ରେ ବରାବର କରିଥିଲା ।

 ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳି  ଆକ୍ରମଣ ଜୋରଦାର କରିଥିଲେ । ୨୫ମିନିଟ୍‌ରେ  ଦଳକୁ ଆଉ ଏକ ପେନାଲ୍ଟି ମିଳିଥିଲା ।  ଦୀପିକା ଏହାକୁ ଗୋଲ୍‌ ରୂପ ଦେବାରେ ହେଳା  କରିନଥିଲେ । ଭାରତ ୨-୧ରେ ଆଗେଇଥିଲା । ଏହି ଭାଗରେ ଇଂଲଣ୍ଡ ଗୋଲ୍‌  କରିବାରେ ବିଫଳ ହୋଇଥିଲା । ତୃତୀୟ କ୍ୱାର୍ଟର ଆକ୍ରମଣ  ଓ ପ୍ରତିଆକ୍ରମଣ ମଧ୍ୟରେ  ଗୋଲଶୂନ୍ୟ ରହିଥିଲା । 

ଅନ୍ତିମ କ୍ୱାର୍ଟରରେ  ଆଉ ୨ମିନିଟ୍‌ର ଖେଳ ବାକି ଥିବାବେଳେ ଇଂଲଣ୍ଡ ଗୋଟିଏ  ଗୋଲ୍‌ କରି ମ୍ୟାଚ୍‌କୁ ୨-୨ ସ୍ଥିତିକୁ ଆଣିଥିଲା ।  ୫୮ମିନିଟ୍‌ରେ ଫିଓନା କ୍ରାକ୍‌ଲେସ୍‌ ଏହି ଗୋଲ୍‌  କରିଥିଲେ । ମ୍ୟାଚ୍‌ ଡ୍ର’ ହେବା ଆକଳନ କରାଯାଇଥିଲା । ମାତ୍ର ପରବର୍ତ୍ତୀ ମିନିଟ୍‌ରେ ନବନୀତ ଇଂଲଣ୍ଡ ଖେଳାଳିଙ୍କୁ ଚକ୍‌ମା ଦେଇ  ବଲ୍‌କୁ ଗୋଲ୍‌ପୋଷ୍ଟରେ ପହଞ୍ଚାଇବା ସହ  ଭାରତକୁ ୩-୨ରେ ବିଜୟୀ କରାଇଥିଲେ । ସ୍ପେନ୍‌ ୨-୧ ଜର୍ମାନୀ ଅପରାହ୍ଣରେ ସ୍ପେନ ଓ ଜର୍ମାନୀ ମହିଳା ଦଳ ସାମ୍ନାସାମ୍ନି  ହୋଇଥିଲେ । ସ୍ପେନ୍‌ ୨-୧ ଗୋଲ୍‌ରେ ଏହି ମ୍ୟାଚ୍‌  ଜିତିଥିଲା । ଦଳ ପକ୍ଷରୁ ଇଷ୍ଟଲ ପେଟଚାମି ଓ ବର୍ଟା  ଅଗୁଲୋ ଗୋଲ୍‌ ସ୍କୋର କରିଥିବାବେଳେ ଜର୍ମାନୀ  ପକ୍ଷରୁ ସୋଫିଆ ସ୍କବି ଗୋଟିଏ  ଗୋଲ୍‌ ପରିଶୋଧ କରିଥିଲେ । 

ଭାରତ ୧-୩ ସ୍ପେନ୍‌ 

ଭାରତୀୟ ପୁରୁଷ ଦଳ ପରାଜୟ  ସହ ଅଭିଯାନ ଆରମ୍ଭ କରିଛି ।  ପ୍ରଥମ ମ୍ୟାଚ୍‌ରେ ଦଳ ୧-୩  ଗୋଲ୍‌ରେ ସ୍ପେନ୍‌ ନିକଟରୁ ହାରି ଯାଇଥିଲା । ଭାରତୀୟ ମହିଳା  ଦଳ ବିଜୟ ହାସଲ କରିବା ପରେ ପୁରୁଷ ଦଳର  ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା ।  ସ୍ପେନ୍‌ ବିପକ୍ଷରେ ପୁରୁଷ ଦଳ ଆରମ୍ଭରୁ ଭଲ  ପ୍ରଦର୍ଶନ କରିଥିଲା । ପ୍ରଥମ କ୍ୱାର୍ଟରର ତୃତୀୟ  ମିନିଟ୍‌ରେ ଭାରତ ପ୍ରଥମ ପେନାଲ୍ଟି ପାଇଥିଲା । ମାତ୍ର ଏହା ବିଫଳ ଯାଇଥିଲା । ଏହି ଭାଗରେ  ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ  ପାରିନଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଭାରତ  ଖାତା ଖୋଲିଥିଲା । ୨୫ମିନିଟ୍‌ରେ ସୁଖଜୀତ  ସିଂହଙ୍କ ଗୋଲ୍‌ ବଳରେ ଦଳ ୧-୦ରେ ଅଗ୍ରଣୀ  ହାସଲ କରିଥିଲା । ଏହାର ୩ମିନିଟ୍‌ ମଧ୍ୟରେ  ସ୍ପେନର ବ୍ରୋଜା ଲାକାଲି (୨୮ମିନିଟ୍‌) ଗୋଲ୍‌  ପରିଶୋଧ କରି ଦେଇଥିଲେ । ସ୍ଥିତି ୧-୧ରେ  ବରାବର ରହିଥିଲା । 

ତୃତୀୟ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା ।  ୩୭ମିନିଟ୍‌ରେ ସ୍ପେନ୍‌ର ଏକ ଗୋଲ୍‌କୁ ଅମ୍ପାୟାର  ନାକଚ୍‌ କରି ଦେଇଥିଲେ । ମାତ୍ର ପରବର୍ତ୍ତୀ ମିନିଟ୍‌ରେ ସ୍ପେନ୍‌ ଆଉ ଏକ ଗୋଲ୍‌ କରି ୨-୧ରେ  ଆଗେଇ ଦେଇଥିଲା । ୩୮ମିନିଟ୍‌ରେ ମିଳିଥିବା  ପେନାଲ୍ଟିକୁ ଇଗ୍ନାସିଓ କୋବୋସ ଗୋଲ୍‌ରେ  ପରିଣତ କରିଥିଲେ । ଚତୁର୍ଥ କ୍ୱାର୍ଟରରେ  ଭାରତ ସଂଗଠିତ ହୋଇ ଆକ୍ରମଣକୁ ତୀବ୍ରତର  କରିଥିଲା । ଅନ୍ୟ ପଟରେ ସ୍ପେନ ସବୁ ପ୍ରୟାସକୁ  ବିଫଳ କରାଇଥିଲା । ୫୬ମିନିଟ୍‌ରେ ଦଳକୁ  ପେନାଲ୍ଟି ମିଳିଥିଲା ଏବଂ ବ୍ରୁନ୍‌ ଆଭିଲା ଏହାକୁ  ଗୋଲ ରୂପ ଦେବା ଫଳରେ ସ୍ପେନ ୩-୧ରେ  ଆଗେଇ ଥିଲା । ଭାରତ ଏକାଧିକ ପେନାଲ୍ଟି  ସୁଯୋଗ ହାତଛଡ଼ା କରି ପରାଜିତ ହୋଇଥିଲା ।  ଏହି ମ୍ୟାଚ୍‌ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ,  କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆ  ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରମୁଖ ଅତିଥି  ଭାବେ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.