ନୂଆଦିଲ୍ଲୀ ୨୫/୦୫: ଆମେରିକା ଇରାନ ମଧ୍ୟରେ ଉତ୍ତେଜନାକୁ କମ୍ କରିବା ଏବଂ ରଣନୈତିକ ରୂପରେ ଗୁରୁତ୍ୱପୂର୍ଣ୍ଣ ହୋର୍ମୁଜ ପ୍ରଣାଳୀକୁ ପୁଣି ଥରେ ଖୋଲିବା ଲାଗି ଆଲୋଚନା ଚାଲିଛି । ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଏଥିନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ତାହା ପୁନର୍ବାର ଯୁଦ୍ଧ ଆଡକୁ ଇଙ୍ଗିତ କରୁଛି ନା ଯୁଦ୍ଧର ଅନ୍ତ ତାହା ସମସ୍ତଙ୍କ ମନରେ ସଂଶୟ ବଢ଼ାଇଛି ।
ଟ୍ରୁଥ ସୋସିଆଲ୍ରେ ସେୟାର ହୋଇଥିବା ସେହି ଏଆଇ ଫଟୋରେ ଟ୍ରମ୍ପ ‘ଆଡିଓସ’ ବୋଲି ଲେଖିଛନ୍ତି । ସେହି ଶବ୍ଦର ଅର୍ଥ ହେଲା ‘ଚିରବିଦାୟ’ । ଫଟୋରେ ଆମେରିକାର ଡ୍ରୋନ୍ ଇରାନର ପତକା ଲାଗିଥିବା ବୋଟ୍ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଆକ୍ରମଣ ଦ୍ୱାରା ଇରାନର ବୋଟ୍ ଧ୍ୱଂସ ପାଇଯାଇଥିବାବେଳେ ତାର ଧ୍ୱଂସାବଶେଷ ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡୁଥିବା ପ୍ରଦର୍ଶିତ କରାଯାଇଛି । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଇରାନ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି । ଇରାନର ଖାତମ ଅଲ ଅନବିୟା କେନ୍ଦ୍ରୀୟ ମୁଖ୍ୟାଳୟର କମାଣ୍ଡର ଅଲି ଅବ୍ଦୋଲାହୀ କହିଛନ୍ତି, ଯଦି ଇରାନ ଉପରେ ଆକ୍ରମଣ କରାଯାଏ ତେବେ ଦେଶର ସେନା ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ। ସେହିପରି ଯଦି ଟ୍ରମ୍ପ୍ ପୁଣି ସଂଘର୍ଷ ଆରମ୍ଭ କରନ୍ତି ତେବେ ପୂର୍ବାପେକ୍ଷା ଅଧିକ ବିନାଶକାରୀ ଜବାବ ଦିଆଯିବ ବୋଲି ଇରାନର ବରିଷ୍ଠ ନେତା କହିଛନ୍ତି।
ଆହୁରି ପଢ଼ନ୍ତୁ...ଇରାନ ଚୁକ୍ତି ଉପରେ ମାର୍କୋ ରୁବିଓଙ୍କ ବଡ଼ ବୟାନ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଆସିପାରେ ଭଲ ଖବର