ନୂଆଦିଲ୍ଲୀ ୦୧/୦୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ନବମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶର ନଜର କେନ୍ଦ୍ର ବଜେଟ୍ ଉପରେ ରହିଥିବାବେଳେ, ନିର୍ମଳାଙ୍କ ଲୁକ୍କୁ ନେଇ ଖୁବ୍ ଚର୍ଚ୍ଚା। ପ୍ରାୟତଃ ହସ୍ତତନ୍ତ ଶାଢ଼ି ବାଛନ୍ତି ନିର୍ମଳା, ଯାହା ଭାରତୀୟ ହସ୍ତତନ୍ତ, କାରିଗର ଏବଂ ପାରମ୍ପରିକ ହସ୍ତଶିଳ୍ପକୁ ଜାତୀୟ ସ୍ୱୀକୃତି ଦେବାରେ ସାହାଯ୍ୟ କରେ। ତେବେ ପ୍ରତିବର୍ଷ, ତାଙ୍କର ବଜେଟ୍ ଲୁକ୍ରେ ପରିବର୍ତ୍ତନ ହୋଇଛି, ଯେଉଁଥିରେ ସରଳତା ଏବଂ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଆସନ୍ତୁ ତାଙ୍କର ସମସ୍ତ ନଅଟି ଲୁକ୍ ଉପରେ ନଜର ପକାଇବା।
ବଜେଟ୍୨୦୨୬ ଲୁକ୍:
ଏଥର ଅର୍ଥମନ୍ତ୍ରୀ ଏକ ହାତବୁଣା ବାଇଗଣୀ କାଞ୍ଜିବରମ୍ ସିଲ୍କ ଶାଢ଼ି ପିନ୍ଧିଛନ୍ତି। ସମ୍ପୂର୍ଣ୍ଣ ଶାଢ଼ୀରେ ଏକ ଚେକର୍ଡ ପ୍ୟାଟର୍ନ ରହିଛି। ଏହି ପ୍ୟାଟର୍ନଟି ସୁନେଲି ସୂତାରେ ତିଆରି ହୋଇଛି, ଯାହା ଶାଢ଼ୀକୁ ଏକ ଟେକ୍ସଚର୍ଡ ଲୁକ୍ ଦେଇଛି। ଏହି ପ୍ରକାରର ପ୍ୟାଟର୍ଣ୍ଣ ଦକ୍ଷିଣ ଭାରତୀୟ ହସ୍ତତନ୍ତ ଶାଢ଼ିର ଏକ ପ୍ରମୁଖ ପରିଚୟ।
ବଜେଟ୍୨୦୨୫ ଲୁକ୍:
୨୦୨୫ ମସିହାରେ ବଜେଟ୍ ଉପସ୍ଥାପନ କରିବା ସମୟରେ ନିର୍ମଳା ଏକ କ୍ରିମ୍ ରଙ୍ଗର ହସ୍ତତନ୍ତ ଶାଢ଼ି ବାଛିଥିଲେ। ଶାଢ଼ିର ବର୍ଡରେ ସୁନେଲି ରଙ୍ଗର ଫିନିସ୍ ଏବଂ ମଧୁବନୀ ଶୈଳୀରେ ମାଛ ଡିଜାଇନ୍ ତାହାର ଖାସ୍ ପରିଚୟ। ଲାଲ ଏବଂ ସୁନା ବର୍ଡର ବ୍ଲାଉଜ୍ ସହିତ ଏକ ହାଲୁକା କ୍ରିମ୍ ରଙ୍ଗର ଶାଲ୍ ପିନ୍ଧିଥିଲେ, ଯାହା ତାଙ୍କର ପୁରା ଲୁକ୍କୁ ସୁନ୍ଦର କରିଥିଲା।
ପୂର୍ଣ୍ଣାଙ୍ଗ ବଜେଟ୍୨୦୨୪ ଲୁକ୍:
ତାଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନାରେ, ଅର୍ଥମନ୍ତ୍ରୀ ବାଇଗଣୀ ଏବଂ ସୁନେଲୀ ବର୍ଡର ସହିତ ଏକ ଧଳା ଶାଢ଼ି ପିନ୍ଧିଥିଲେ । ସମାନ ରଙ୍ଗର ଏକ ବ୍ଲାଉଜ୍ ଶାଢ଼ିକୁ ସମ୍ପୂର୍ଣ୍ଣ ଭାବରେ ପରିପୂର୍ଣ୍ଣ କରିଥିଲା, ଯାହା ଲୁକ୍କୁ ସରଳତା ଏବଂ ସୌନ୍ଦର୍ଯ୍ୟର ମିଶ୍ରଣ ଦେଇଥିଲା।
ଅନ୍ତରୀଣ ବଜେଟ୍ ୨୦୨୪ଲୁକ୍:
ଅନ୍ତରୀଣ ବଜେଟ୍ ସମୟରେ, ସେ ଏକ ନୀଳ ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ଆଇଭରୀ ପ୍ରିଣ୍ଟ ନଜର ଆସିଥିଲା । ସାଧାରଣ ଅଳଙ୍କାର ସହିତ, ତାଙ୍କ ଲୁକ୍ ସୁନ୍ଦର ଏବଂ ଉଚ୍ଚକୋଟୀର ଦେଖାଯାଉଥିଲା।
ବଜେଟ୍୨୦୨୩ ଲୁକ୍:
୨୦୨୩ ମସିହାରେ, ନିର୍ମଳା ସୀତାରମଣ ଏକ ଲାଲ ସମ୍ବଲପୁରୀ ଶାଢ଼ୀ ପିନ୍ଧି ସଂସଦରେ ପ୍ରବେଶ କରିଥିଲେ। ପାରମ୍ପରିକ ମନ୍ଦିର ବର୍ଡର ସହିତ ଏହି ଶାଢ଼ୀ ଭାରତୀୟ ହସ୍ତଶିଳ୍ପ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣିଥିଲା।
ବଜେଟ୍୨୦୨୨ ଲୁକ୍:
ଏହି ବର୍ଷ, ସେ ଏକ ଗାଢ଼ ମେରୁନ୍ ବ୍ଲାଉଜ୍ ସହିତ ଏକ ମାଟିଆ ହସ୍ତତନ୍ତ ସିଲ୍କ ଶାଢ଼ି ବାଛିଥିଲେ। ପୁରା ଲୁକ୍ ସରଳ କିନ୍ତୁ ପ୍ରଭାବଶାଳୀ ଥିଲା।
ବଜେଟ୍୨୦୨୧ ଲୁକ୍:
ସେ ୨୦୨୧ ମସିହାରେ ଏକ ଲାଲ ଏବଂ ଧଳା ପଞ୍ଚମପାଲି ସିଲ୍କ ଶାଢ଼ି ପିନ୍ଧିଥିଲେ। ସୁନେଲି ବର୍ଡର ଏବଂ ଜଟିଳ ଡିଜାଇନ୍ ଶାଢ଼ିକୁ ସ୍ୱତନ୍ତ୍ର କରିଥିଲା।
ବଜେଟ୍୨୦୨୦ ଲୁକ୍:
୨୦୨୦ ବଜେଟ୍ ରେ ସେ ଏକ ହଳଦିଆ କାଞ୍ଜିବରମ୍ ଶାଢ଼ି ପିନ୍ଧିଥିଲେ। ସୁନେଲି ବର୍ଡର ସହିତ ଏହି ଶାଢ଼ି ପାରମ୍ପରିକ ଦକ୍ଷିଣ ଭାରତୀୟ ପରିଚୟକୁ ପ୍ରତିଫଳିତ କରୁଥିଲା।
ବଜେଟ୍୨୦୧୯ ଲୁକ୍:
ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ୍ ସମୟରେ ଗୋଲାପୀ ଶାଢ଼ି ପିନ୍ଧିଥିଲେ।