ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଧୀରେ ଧୀରେ ଦୁର୍ବଳ ହେଉଛି ଇମ୍ୟୁନିଟି, ଜାଣନ୍ତୁ କାହିଁକି କମୁଛି ରୋଗ ପ୍ରତିରୋଧକ ଶକ୍ତି

Published By : Krishna Priya | August 22, 2025 1:43 PM

ନୂଆଦିଲ୍ଲୀ ୨୨/୦୮: ଇମ୍ୟୁନିଟି ବ୍ୟବସ୍ଥା ଆମ ଶରୀରର ସୁରକ୍ଷା କବଚ ଭାବେ କାମ କରିଥାଏ । ଏହା ବ୍ୟାକ୍ଟେରିଆ ଓ ଭାଇରସ୍‌ ସହ ଲଢିବା ସହ ଶରୀରକୁ ରୋଗରୁ ରକ୍ଷା କରିଥାଏ । ତେଣୁ ଦୁର୍ବଳ ଇମ୍ୟୁନିଟି ବ୍ୟବସ୍ଥା ଶରୀରକୁ ଦୁର୍ବଳ କରିଥାଏ । ଫଳରେ ବାରମ୍ବାର ସଂକ୍ରମଣ, ଥକ୍କାପଣ ଓ ରୋଗର ଆଶଙ୍କା ଲାଗି ରହିଥାଏ । କେତେକ ବଦଭ୍ୟାସ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ।

ନିଦର ଅଭାବ : 

ନିଦ କେବଳ ଶରୀର ଓ ମସ୍ତିଷ୍କକୁ ଆରାମ ଦେଇ ନଥାଏ, ବରଂ ଇମ୍ୟୁନିଟିକୁ ମରାମତି କରିବା ସହ ରିଚାର୍ଜ କରିଥାଏ । ଶୋଇବା ସମୟରେ ଶରୀରର ସାଇଟୋଫାଇନ୍ସ ନାମକ ପ୍ରୋଟିନ୍‌ ତିଆରି କରିଥାଏ । ଏହି ପ୍ରୋଟିନ୍‌ ସଂକ୍ରମଣ ଓ ପ୍ରଦାହ ସହ ଲଢିବାରେ ସାହାଯ୍ୟ କରିଥାଏ । ଗଭୀର ନିଦରେ ନ ଶୋଇବା ଦ୍ୱାରା ଏହି ପ୍ରୋଟିନ୍‌ର ମାତ୍ରା କମିଚାଲେ । ଫଳରେ ସଂକ୍ରମଣ ସହ ଲଢୁଥିବା ଟି-ସେଲ୍ସର କ୍ଷମତା କମିଚାଲେ । ଫଳରେ ଶରୀରରେ ପ୍ରଦାହ ବଢିଥାଏ । ତେଣୁ ନିୟମିତ ୭/୮ ଘଣ୍ଟା ଶୋଇବା ଜରୁରି । ଶୋଇବା ଓ ଉଠିବାର ସମୟ ସ୍ଥିର ରଖିବା ଜରୁରି । ଶୋଇବା ପୂର୍ବରୁ ମୋଇବାଲ୍‌ ଓ ଲାପଟପ୍‌ ବ୍ୟବହାରଠାରୁ ଦୂରେଇଯିବା ଉଚିତ୍‌ ।

ଖରାପ ପୋଷଣ :

ଯେପରି ଗାଡ଼ି ଚଳାଇବା ପାଇଁ ଇନ୍ଧନ ଆବଶ୍ୟକ ହୋଇଥାଏ । ଠିକ୍‌ ସେମିତି ଇମ୍ୟୁନିଟି ଶକ୍ତିକୁ ବଢାଇବା ପାଇଁ ପୋଷକ ତତ୍ତ୍ୱ ଆବଶ୍ୟକ ହୋଇଥାଏ । ପ୍ରୋସେସଡ୍‌ ଫୁଡ୍‌, ଜଙ୍କ୍‌ ଫୁଡ୍‌, ଅଧିକ ମିଠା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଇମ୍ୟୁନିଟି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଭିଟାମିନ୍ସ ଓ ମିନେରାଲ୍ସ ଅଭାବରୁ ଶରୀର ବ୍ୟାକ୍ଟେରିଆ ଓ ଭାଇରସ୍‌ ବିରୋଧରେ ଲଢିପାରେନା । କେବଳ ସେତିକି ନୁହେଁ ଖାଦ୍ୟରେ ପ୍ରୋବାୟୋଟିକସ୍‌ ଓ ପ୍ରିବାୟୋଟିକସ୍‌ ଅଭାବରୁ ପେଟ ସମସ୍ୟା ଦେଖା ଦେଇଥାଏ, ଯାହାର ସିଖାସଳଖ ପ୍ରଭାବ ଇମ୍ୟୁନିଟି ଉପରେ ପଡିଥାଏ । ତେଣୁ ଯଥାସମ୍ଭବ ଅସ୍ୱାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍‌ । 

ଦୀର୍ଘ ସମୟ ଚିନ୍ତାରେ ରହିବା :  

ଅଳ୍ପବହୁତ ଚିନ୍ତା ଜୀବନରେ ରହିବା ଉଚିତ୍‌ । କିନ୍ତୁ ଲଗାତାର ଚିନ୍ତାରେ ରହିବା ଅନୁଚିତ୍‌ । ନଚେତ୍‌ ଇମ୍ୟୁନିଟି ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇପାରେ । ଅଧିକ ଚିନ୍ତା ଶରୀରରୁ କର୍ଟିସୋଲ୍‌ ହର୍‌ମୋନ୍‌ କ୍ଷରଣ କରିଥାଏ । ଏହି ସ୍ତର ଦୀର୍ଘ ସମୟ ଯାଏ ବଢି ରହିଲେ ଶରୀରରେ ପ୍ରଦାହ ଆରମ୍ଭ ହୋଇଥାଏ । ତେଣୁ ଷ୍ଟ୍ରେସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଧ୍ୟାନ, ଯୋଗ ଓ ବ୍ୟାୟାମକୁ ଗୁରୁତ୍ୱ ଦେବା ଜରୁରି । 

ଶାରୀରିକ ସକ୍ରିୟତା :

ନିୟମିତ ଶରୀରକୁ ସକ୍ରିୟ ରଖିବା ଦ୍ୱାରା ମଧ୍ୟ ଇମ୍ୟୁନିଟି ବ୍ୟବସ୍ଥା ମଜଭୁତ ହୋଇଥାଏ । ତେଣୁ ନିମୟିତ ଜୀବନରେ ନିଜର ସମସ୍ତ କାମ କରିବା ସହ ବ୍ୟାୟାମ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.