ମୁମ୍ୱାଇ - ଏସଏସ୍ ରାଜାମୌଳୀଙ୍କ ହନୁମାନଙ୍କ ଉପରେ କହିଥିବା ବିବାଦୀୟ ବିବୃତ୍ତିରେ ଅସନ୍ତୁଷ୍ଟ କିଛି ଲୋକ, ତାଙ୍କ ଉପରେ ଦୃଢ ଆକ୍ସନର ଦାବି କରୁଛନ୍ତି। ବାନର ସେନା ଅର୍ଗାନାଇଜେସନ ହାଇଦ୍ରାବାଦ, ପୁଲିସରେ ରାଜାମୌଳୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସଙ୍ଗଠନର କହିବାନୁସାରେ ,ଏସଏସ ରାଜାମୌଳୀ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଛନ୍ତି। କହି ରଖୁଛୁ କି, ଏସଏସ ରାଜାମୌଳୀ ନିଜର ଫିଲ୍ମ ବାରାଣାସୀର ଟିଜର ଲଞ୍ଚରେ କିଛି ଟେକ୍ନିକାଲ ସମସ୍ୟା ଆସିବା କାରଣରୁ ଫ୍ରଷ୍ଟ୍ରେଟ୍ ଥିଲେ। ସେ ଇଭେଣ୍ଟର ସ୍ପିଚ୍ରେ କହି ଦେଇ ଥିଲେ ଯେ,ତାଙ୍କୁ ଭଗବାନ ଓ ହନୁମାନ ଜୀଙ୍କୁ ଉପରେ ଭରସା ନାହି। ଏହି କଥାରେ ଅନେକ ଲୋକ ବିରକ୍ତ ପ୍ରକାଶ କରିଛନ୍ତି।
ଏସଏସ ରାଜାମୌଳୀ ହନୁମାନଙ୍କ ଉପରେ ଦେଇଥିବା ବିବୃତ୍ତି ଯୋଗୁଁ ବିବାଦ ଘେରରେ। ୧୫ ନଭେମ୍ୱରରେ ଫିଲ୍ମ ବାରଣାସୀ ଟିଜର ଲଞ୍ଚ ଇଭେଣ୍ଟରେ କିଛି ଟେକନିକାଲି ସମସ୍ୟା ଆସି ଥିଲା। ଏହାପରେ ରାଜାମୌଳୀ ଅସନ୍ତୁଷ୍ଟ ହୋଇ କହି ଦେଇ ଥିଲେ ଯେ, ସେ ହନୁମାନଜୀଙ୍କ ଉପରେ ଭରସା କରନ୍ତି ନାହିଁ। ଏହି ଇଭେଣ୍ଟ ହାଇଦ୍ରାବାଦର ରାମୋଜୀ ରାଓ ଫିଲ୍ମ ସିଟ୍ରେ ହୋଇ ଥିଲା। ରାଜାମୌଳୀଙ୍କ ବୟାନ ଭାଇରାଲ ହେବା ପରେ ସେ ସୋସିଆଲ ମିଡ଼ିଆରେ ଟ୍ରୋଲିଂ ହୋଇଥିଲେ। ଏହାପରେ ରାଜାମୌଳୀଙ୍କ ବିରୋଧରେ ଅଭିଯୋଗ ହାଇଦ୍ରାବାଦର ସରୁରନଗର ପୁଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରାଇଛନ୍ତି।
ଏଏନଆଇର ରିପୋର୍ଟ ମୁତାବିକ, ପୁଲିସ କହିଛନ୍ତି , ଆମକୁ ବାନରସେନା ପକ୍ଷରୁ ଏକ ଅଭିଯୋଗ ମିଳିଛି। ଏଥିରେ କୁହାଯାଇଛି ଯେ, ଏସଏସ ରାଜାମୌଳୀ ‘ମୁଁ ହନୁମାନଜୀଙ୍କ ଉପରେ ଭରସା କରେ ନାହିଁ ‘, କହି ହିନ୍ଦୁଙ୍କ ବିଶ୍ୱାସକୁ ଆଘାତ ଦେଇଛନ୍ତି। ପୁଲିସର କହିବାନୁସାରେ ମାମଲାର ଯାଞ୍ଚ କରାଯାଉଛି, ଖବର ଲେଖା ହେବା ସୁଦ୍ଧା ରାଜାମୌଳୀଙ୍କ ବିରୋଧରେ ଏବେ କେସ୍ ରୁଜୁ କରାଯାଇ ନାହିଁ ।
THANK YOU EVERYONE for all the love, accolades and applause for the #Varanasi Announcement Video. Our whole @VaranasiMovie team is grateful to all of you. 🙏🏻🙏🏻🙏🏻🙏🏻🙏🏻🙏🏻🙏🏻 pic.twitter.com/IkjWle0gm5
— rajamouli ss (@ssrajamouli) November 16, 2025
ହାଇଦ୍ରାବାଦର ରାମୋଜୀ ରାଓ ଫିଲ୍ମ ସିଟିରେ ବାରାଣସୀ ଫିଲ୍ମକ ଟିଜର ଲଞ୍ଚର ଇଭେଣ୍ଟ ଥିଲା। ଏଠାରେ ପାଖାପାଖି ୫୦,୦୦୦ରୁ ଅଧିକ ପ୍ରଶଂସକ ଓ ଇଣ୍ଡଷ୍ଟ୍ରୀ ପାଇଁ ଲୋକ ଏକାଠି ହୋଇଥିଲେ। କିଛି ଟେକ୍ନିକାଲ କାରଣରୁ ଟିଜର ରିଲିଜ୍ ହେବାରେ ବିଳମ୍ୱ ହୋଇ ଗଲା। ଏହି କଥାରେ ରାଜାମୌଳୀ ଖୁବ୍ ଫ୍ରଷ୍ଟ୍ରେଟ୍ ହୋଇଗଲେ। ସେ ନିଜର ସ୍ପିଚ୍ ଆରମ୍ଭ କଲେ, ସେଥିରେ କହିଲେ ଯେ, ତାଙ୍କର ଭଗବାନଙ୍କ ଉପରେ ଭରସା ନାହିଁ।
ରାଜାମୌଳୀ କହିଥିଲେ , ମୋର ଭଗବାନଙ୍କ ଉପରେ ଭରସା ନାହିଁ। ଏହା ମୋ ପାଇଁ ଏକ ଇମୋସନାଲ କ୍ଷଣ। ମୁଁ ଭଗବାନଙ୍କ ଉପରେ ଭରସା କରେ ନାହିଁ। ମୋର ବାପା ଆସି ଥିଲେ ଏବଂ କହିଲେ , ଭଗବାନ ହନୁମାନ ସବୁ ଠିକ୍ କରିବେ। ଏହି ସମସ୍ୟା ହେବା ପରେ ମୁଁ ତାଙ୍କୁ ଖୁବ୍ ଜୋରରେ କହି ଥିଲି, ଏମିତି ହିଁ ସେ ମୋତେ ରାସ୍ତା ଦେଖାନ୍ତି ? ମୋ ବାପା ହନୁମାନଜୀଙ୍କୁ ଖୁବ୍ ବିଶ୍ୱାସ କରନ୍ତି। ସେ ଭଗବାନଙ୍କୁ ବନ୍ଧୁଙ୍କ ପରି ଭାବନ୍ତି ଏବଂ ତାଙ୍କ ସହ କଥା ହୁଅନ୍ତି। ମୁଁ ତାଙ୍କ ଉପରେ ମଧ୍ୟ ନିଜର ରାଗ ସାରିଲି , ସେ କଣ ଏମିତି ହିଁ ଜିନିଷ କରନ୍ତି ?
ଉକ୍ତ ବିବୃତ୍ତି ପରେ ଲୋକେ ତାଙ୍କ ଉପରେ ରାଗି ଯାଇଛନ୍ତି ଏବଂ ଟ୍ରୋଲ୍ କରିଛନ୍ତି। ଏହାପରେ ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି। କହି ରଖୁଛୁ କି ବାରାଣାସୀ ଫିଲ୍ମର ଟିଜରରେ ଯେଉଁ ସିନ୍ ଦେଖାଯିବାର ଥିଲା ତାହା ହନୁମାନଜୀଙ୍କର ହିଁ ଥିଲା। ଫିଲ୍ମରେ ପ୍ରିୟଙ୍କା ଚୋପ୍ରା , ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନ ଅଛନ୍ତି। ବାରାଣାସୀ ୨୦୨୭ମସିହାରେ ରିଲିଜ୍ ହେବ।