ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଇପିଏସ୍‌ ଅଧିକାରୀଙ୍କୁ ଧମକ ଦେଇ ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ: ଏଚଡି କୁମାରସ୍ବାମୀ ଓ ପୁଅ ନିଖିଳଙ୍କ ବିରୋଧରେ ମାମଲା

Published By : Tapas Panda | November 5, 2024 5:50 PM

Image Courtesy: indiatoday

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ବାମୀ ଏବଂ ତାଙ୍କ ପୁଅ ନିଖିଳ କୁମାରସ୍ବାମୀ ଏବଂ ଜେଡିଏସ୍‌ ବିଧାୟକ ସୁରେଶ ବାବୁଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଆଇପିଏସ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗରେ ୩ ଜଣଙ୍କ ବିରୋଧରେ ମାମଲା ହୋଇଥିବା ଜଣାପଡ଼ିଛି । ଏଡିଜିପି ଏମ. ଚନ୍ଦ୍ରଶେଖରଙ୍କ ଅଭିଯୋଗ ଅନୁସାରେ, ଏଚଡି କୁମାରସ୍ବାମୀ, ନିଖିଳ ଏବଂ ସୁରେଶ ବାବୁ ଜଣେ ସରକାରୀ ଚାକିରିଆଙ୍କୁ ଧମକ ଦେଇଛନ୍ତି ଏବଂ ନିଜ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରିଛନ୍ତି । ତେବେ କୁମାରସ୍ବାମୀଙ୍କ ସହ ଜଡ଼ିତ ଏକ ଖଣି ଦୁର୍ନୀତି ମାମଲାରେ ତଦନ୍ତ କରୁଛନ୍ତି ଚନ୍ଦ୍ରଶେଖର । 

 କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୦୬-୨୦୦୮ ମଧ୍ୟରେ ଏଚଡି କୁମାରସ୍ବାମୀ ବେଆଇନ୍ ଭାବରେ ୫୫୦ ଏକର ଜମିକୁ ଖଣି ଖନନ ଲାଗି ବେଲାରି ଜିଲ୍ଲାର ଶ୍ରୀ ସାଇ ଭେଙ୍କଟେଶ୍ବର ମିନେରାଲ୍ସକୁ ଲିଜ୍‌ରେ ଦେଇଥିବା ଅଭିଯୋଗ ହୋଇଛି । କୁମାରସ୍ବାମୀଙ୍କ ସଂପୃକ୍ତି ଥିବା ଏହି ମାମଲାର ତଦନ୍ତ ଲାଗି ଗଠିତ ସ୍ବତନ୍ତ୍ର ତଦନ୍ତ ଟିମ୍‌ର ନେତୃତ୍ବ ନେଉଛନ୍ତି ଚନ୍ଦ୍ରଶେଖର । ତେଣୁ ତାଙ୍କ କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଏସଆଇଟି ମାମଲାର ତଦନ୍ତ କରିବା ସହ କୁମାରସ୍ବାମୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିଛି । ଏନେଇ ୨୧ ନେଭମ୍ବର ୨୦୨୩ରେ ଟିମ୍‌ ରାଜ୍ୟପାଳଙ୍କୁ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନୁମତି ମାଗିଥିଲା ବୋଲି ଚନ୍ଦ୍ରଶେଖର ସଂଜୟ ନଗର ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । 

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ମିଥ୍ୟା ମେଡିକାଲ୍‌ ପ୍ରମାଣପତ୍ର ହାସଲ କରି କର୍ଣ୍ଣାଟକ କ୍ୟାଡରର ଅଧିକାରୀ ହୋଇଥିବା ନେଇ କୁମାରସ୍ବାମୀ ଏବଂ ତାଙ୍କ ପୁଅ ମିଛ ଅଭିଯୋଗ କରୁଥିବା କହିଛନ୍ତି ଚନ୍ଦ୍ରଶେଖର ।  ଏହା ବ୍ୟତୀତ କୁମାରସ୍ବାମୀ ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ଦେଉଛନ୍ତି ବୋଲି ମଧ୍ୟ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଆଇପିଏଏସ୍‌ ଅଧିକାରୀ ଚନ୍ଦ୍ରଶେଖର ବେଆଇନ ଖଣି ଖନନ ମାମଲାରେ ତଦନ୍ତ କରୁଛନ୍ତି । ସେପଟେ ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗକୁ  କେନ୍ଦ୍ରମନ୍ତ୍ରୀ କୁମାରସ୍ବାମୀ ଖଣ୍ଡନ କରିଆସିଛନ୍ତି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.