ଛତ୍ରପୁର, ୧୬/୦୮ : ଛତ୍ରପୁର ସ୍ଥିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ନିଆଁ ଲାଗି ଅଫିସ୍ର ସମସ୍ତ କାଗଜପତ୍ର, କମ୍ପ୍ୟୁଟର ଓ ପ୍ରିଣ୍ଟର ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ଶନିବାର ସକାଳେ ଛତ୍ରପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଧିକାରୀଙ୍କୁ ଫୋନ୍ କରିଥିଲେ। ହେଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଫୋନ୍ ରିସିଭ୍ କରିନଥିଲେ। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବିଧାୟକ ନିଜେ ଉପସ୍ଥିତ ରହି ନିଆଁ ଲିଭାରେ ସହଯୋଗ କରିଥିଲେ। ତାଲା ପଡ଼ିଥିବା ଯୋଗୁଁ ନିଆଁ ଲିଭାଇବାରେ କିଛି ସମୟ ବିଳମ୍ବ ହୋଇଥିଲା। ଦୁଇ ଘଣ୍ଟା ପରେ ଅଧିକାରୀ ଜଣକ କାର୍ଯ୍ୟାଳୟ ଆସିଥିଲେ। ଦେହ ଅସୁସ୍ଥ ଥିବାରୁ ନିଦ ବାଟିକା ଖାଇ ଶୋଇଥିଲି ବୋଲି ଅଧିକାରୀ ଜଣକ କହିଥିଲେ। ଏହି ଅଗ୍ନିକାଣ୍ଡରେ ଅଫିସ୍ର ସମସ୍ତ କାଗଜପତ୍ର, କମ୍ପ୍ୟୁଟର ଓ ପ୍ରିଣ୍ଟର ପୋଡ଼ି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ୍ ପାଇଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।