ନିଶ୍ଚିନ୍ତକୋଇଲି,୧୧/୦୬: କଟକ ନିଶ୍ଚିନ୍ତକୋଇଲି ନେମାଳ ପଦ୍ମବନ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଅଗ୍ନିକାଣ୍ଡ ହୋଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେଉଥିବା ବେଳେ ଅଘଟଣ ଘଟିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଥିବା ବେଳେ ହଠାତ ନିଆଁ ଲାଗିଥିଲା । କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।
ମହାପୁରୁଷଙ୍କ ଗାଦି ସମ୍ମୁଖରେ ରଖା ଯାଇଥିବା ଦୀପଷ୍ଟାଣ୍ଡରୁ ନିଆଁ ଲାଗିଥିଲା । ଥାକ ଥାକ ହୋଇ ରହିଥିବା ଦୀପ ଗୁଡ଼ିକ ଢ଼ଳି ହୋଇଯିବାରୁ ଲାଗିଥିଲା ନିଆଁ । ନିଆଁ ବଢି ଉପରେ ଲାଗିଥିବା ପାଲ ପର୍ଯ୍ୟନ୍ତ ଉଠିଯାଇଥିଲା। ଯାହାକୁ ନେଇ କିଛି ସମୟ ଭିତରେ ପୀଠ ପରିସରରେ ଧାଁ ଦୌଡ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଏହା ଦେଖି ସଙ୍ଗେ ସଙ୍ଗେ ସେବାୟତ, ପୋଲିସ କର୍ମଚାରି ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ପାଲ ପଯ୍ୟନ୍ତ ନିଆଁ ଉଠିଥିବା ବେଳେ ସୈାଭାଗ୍ୟବସତଃ ପାଲକୁ ନିଆଁ ଧରିନଥିଲା । ଫଳରେ ଏକ ବଡ ଅଗ୍ନି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ମିଳିଛି ।