ବାଙ୍କୀ, ୦୭/୦୯: ଦୀର୍ଘ ୪ ଘଣ୍ଟାର ପ୍ରୟାସ ପରେ ମହାନଦୀରୁ ଉଦ୍ଧାର ହେଲେ ଗାଈ ପଲ । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ କୁସପଙ୍ଗି ଗ୍ରାମର ୩୭ ଟିକିଆ ଗାଈ ପଲ ଉଦ୍ଧାର ହୋଇଛନ୍ତି । 

ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଖୋଲିବାରୁ ମହାନଦୀରେ ଏବେ ଛୋଟ ବନ୍ୟାର ସୃଷ୍ଟି ହୋଇଛି । ନଦୀରେ ପାଣି ବଢିବା ପୂର୍ବରୁ କଟକ ଜିଲ୍ଲା ବାଙ୍କୀର କୁସପଙ୍ଗି ଗ୍ରାମର ୩୭ ଟିକିଆ ଗାଈ ପଲ ନଦୀ ପଠାକୁ ଚରିବାକୁ ଯାଇଥିଲେ। କିନ୍ତୁ ପାଣି ବଢ଼ିଯିବାରୁ କୂଳକୁ ଆସିବାକୁ ସକ୍ଷମ ହୋଇନଥିଲେ। ଯାହାଫଳରେ ଗତକାଲି ଠାରୁ ପଠାରେ ଏହି ଗାଈ ପଲ ଫସିକି ରହିଥିଲେ। ଆଜି ଗ୍ରାମବାସୀ ଏନେଇ ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସକାଳୁ ଦୀର୍ଘ ୪ ଘଣ୍ଟା ପରିଶ୍ରମ କରିବା ପରେ କୁଶପଙ୍ଗିର ଯୁବକ ଓ ଅଗ୍ନିଶମ କର୍ମଚାରୀ ଗାଈ ପଲ କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ।