ଭୁବନେଶ୍ୱର, ୧୨/୦୨: ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ । ସି ୧ ଏସି କୋଚ୍‌ର ତଳ ଭାଗରେ ଲାଗିଲା ନିଆଁ । ପ୍ରବଳ ଧୂଆଁ ବାହାରି ବାରୁ ମଞ୍ଚେଶ୍ୱର ରେଳଷ୍ଟେସନରେ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି । ଏହି ଆଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିବରୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଅଟକି ରହିଥିଲା । 

ସୂଚନା ମୁତାବକ, ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଯାତ୍ରା କରୁଥିବା ବେଳେ ସି ୧ ଏସି କୋଚ୍‌ର ତଳ ଭାଗରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା କାରଣରୁ ଧୂଆଁ ବାହାରି ଥିଲା । ଏହି କାରଣରୁ ମଞ୍ଚେଶ୍ୱର ରେଳଷ୍ଟେସନରେ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା । ଫଳରେ ଟ୍ରେନ୍‌ଟି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା ।