ବାଲୁଗାଁ ୨୧/୧୧ : ରାସ୍ତା ମଝିରେ ଜଳିଗଲା ଇଭି । ଶୁକ୍ରବାର ସକାଳୁ ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ଧୂଆଁଳ ଓଭରବ୍ରିଜ ନିକଟରେ ହୁତୁହୁତୁ ହୋଇ ଜଳିଗଲା ଏକ ଇଭି କାର। ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।
ସୂଚନା ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଇଲେକଟ୍ରିକ୍ କାରରେ ଏହି ଅଘଟଣ ଘଟିଛି । ଆଧା ବାଟରେ ହଠାତ ଗାଡ଼ିରୁ ଧୂଆଁ ବାହାରୁଥିବା ଚାଳକ ଦେଖିବାକୁ ପାଇଥିଲେ। ଚାଳକ ଗାଡିକୁ ରାସ୍ତାକଡରେ ରଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। କିଛି ସମୟ ମଧ୍ୟରେ ହଠାତ ଗାଡିଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ପରେ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରିଛି। ହେଲେ ସେତେବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି ।