ବାଲେଶ୍ଵର,୧୫/୧୦: ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ କସମେଟିକ ଷ୍ଟୋରରେ ବୁଧବାର ଭୋରୁ ଲାଗିଲା ନିଆଁ । ଏହି ଆଗ୍ନିକାଣ୍ଡରେ ୩ ମହଲା ବିଶିଷ୍ଟ କସମେଟିକ ଷ୍ଟୋରରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ିଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ ଷ୍ଟୋର ସହରର ପୁରାତନ କସମେଟିକ ଷ୍ଟୋର ଭାବେ ବେଶ ଜଣାଶୁଣା । ବୁଧବାର ଏହି ଦୋକାନରେ ନିଆଁ ଲାଗି ଯାଇଥିଲା। ଫଳରେ ୩ମହଲା ବିଶିଷ୍ଟ ଏହି କସମେଟିକ ଷ୍ଟୋରରେ ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ି ଯାଇଥିଲା । ଫଳରେ ଦୋକାନରେ ଥିବା କସମେଟିକ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ଦାମୀ ଡ୍ରେସ୍ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏସମ୍ପର୍କରେ ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣକୁ ନେଇ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ।