ପାରାଦ୍ବୀପ,୨୮।୪ :ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ  ପାଇପ ଷ୍ଟକୟାର୍ଡରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ପାଇପ୍। ଘଟଣାସ୍ଥଳରେ ୭ ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛି।  ।  ଫୋମ୍ ଓ ପାଣି ଦ୍ବାରା ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଉଛି।

ଆଇଓସିଏଲ ର ତୈଳ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ପାଇଁ ରହିଥିଲା ପାଇପ୍ । ପାଇପ ଉପରେ ରହିଛି ପିଚୁ ଓ ପ୍ଲାଷ୍ଟିକ କୋଟିଂ । କୌଣସି କାରଣବଶତଃ ପାଇପ ଷ୍ଟକୟାର୍ଡରେ ନିଆଁ ଲାଗିଥିଲା। ଫଳରେ ପାଇପଗୁଡିକ ହୁତୁ ହୁତୁ ହୋଇ ଜଳିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଆଇଓସିଏଲ, ଇଫକୋ, ପିପିଏଲ, ପାରାଦ୍ଵୀପ ବନ୍ଦର, କୁଜଙ୍ଗ ଅଗ୍ନିଶମ ବିଭାଗ ର ୭ ଟି ଗାଡ଼ି ଲାଗିଛନ୍ତି। ।  ଫୋମ୍ ଓ ପାଣି ଦ୍ବାରା ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଉଛି। ଯେହେତୁ ଏହି ଷ୍ଟକ୍ ୟାର୍ଡ ର ଅପର ପାର୍ଶ୍ୱରେ କାର୍ବନ କାରଖାନା ଥିବା ବେଳେ, ମାତ୍ର ୫୦ ମିଟର ଦୂରରେ ଏକ ପେଟ୍ରୋଲ ପମ୍ପ ଓ ରାସ୍ତା ର ଅପରପାର୍ଶ୍ବରେ ରହିଛି ପାରାଦ୍ଵୀପ-ହଳଦିଆ ତୈଳ ପାଇପ ଲାଇନ୍। ଯାହା ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।