ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Pahalgam Attack: ଲଗାତାର ନବମ ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ, ଜବାବ୍ ଦେଲା ଭାରତ

Published By : Ankita S | May 3, 2025 8:25 AM

ଶ୍ରୀନଗର,୦୩/୦୫: ସୀମାରେ ଅମାନିଆ ପାକିସ୍ତାନ। ପହଲଗାମ ଆତଙ୍କୀ ଆକ୍ରମଣ ପରଠୁ ଅଶାନ୍ତ ରହିଛି ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକ୍‌ସେନା । ଏଲଓସିରେ ଫାୟାରିଂ କରିଛି । ଆଜି ବି ବିଭିନ୍ନ ସ୍ଥାନରେ ପାକ୍ ସେନା ପକ୍ଷରୁ ଗୁଳିମାଡ ହୋଇଛି । ଲଗାତାର ନବମ ଥର ପାଇଁ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । କୁପୱାଡ଼ା, ଉରି ଓ ଅଖନୁର ସେକ୍ଟରରେ ପାକ୍‌ ସେନା ପକ୍ଷରୁ ଫାୟାରିଂ ହୋଇଥିବା ସୂଚନା ମିଳିଛି । ଯାହାର ମୁହଁତୋଡ଼ ଜାବାବ୍ ଦେଇଛି ଭାରତୀୟ ସେନା ।

ସୁଧୁରିବନି ପାକିସ୍ତାନ । ସୀମାରେ ମନ୍‌ମାନି ଚଲାଇଛି ପାକ୍ ସେନା । ପହଲଗାମ ଆତଙ୍କୀ ଆକ୍ରମଣ ପରଠୁ ସୀମାରେ ଉତ୍ତେଜନା  ଲାଗି ରହିଛି । ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା  । ଶୁକ୍ରବାର ରାତିରୁ କୁପୱାଡ଼ା, ଉରି ଏବଂ ଅଖନୁର ସେକ୍ଟରରେ ଗୁଳିମାଡ଼ କରିଛି ପାକିସ୍ତାନ । ଯାହାର ଜବାବ ଦେଇଛି ଭାରତୀୟ ସେନା । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏଲଓସିର ଲମ୍ବ ହେଉଛି ୭୪୦ କିଲୋମିଟର । ଏହାର ଉଭୟ ପାର୍ଶ୍ୱରେ ଭାରତ-ପାକିସ୍ତାନ ସେନା ଏହାର ସୁରକ୍ଷାରେ ନିୟୋଜିତ ରହିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ କେହି କାହା ଉପରେ ଫାଙ୍କା ଗୁଳିଚାଳନା କରିବେ ନାହିଁ ବୋଲି ଅସ୍ତ୍ରବିରତି ଚୁକ୍ତି ସମ୍ପାଦିତ ହୋଇଥିଲା । ହେଲେ ପାକିସ୍ତାନ ଚୁକ୍ତି ବେଖାତିର କରି ଅସ୍ତ୍ରବିରତି ଉଲ୍ଲଘଂନ କରୁଛି । 

କହି ରଖୁଛୁ କି, ଗତ ୨୨ ତାରିଖରେ ଭାରତ ଭୂସ୍ୱର୍ଗ ଜମ୍ମୁ କଶ୍ମୀର ପହଲଗାମ ବୈସରନ ଘାଟିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଭାରତ ଆଲର୍ଟରେ ରହିଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛି ଭାରତ । ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ସେପଟେ କେନ୍ଦ୍ର ସରକାର ଘନ ଘନ ବୈଠକ କରୁଛନ୍ତି । ପହଲଗାମ ପ୍ରତିଶୋଧ ନେଇ ପାକିସ୍ଥାନ ବିରୋଧରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.