ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଶାନ୍ତ ରାଉରକେଲା, ବଚସାରୁ ଯୁବକଙ୍କୁ ଗୁଳିମାଡ଼

Published By : Rasmita Pradhan | November 4, 2024 10:59 AM

ରାଉରକେଲା, ୦୪/୧୧ : ରାଉରକେଲାରେ ଯୁବକଙ୍କୁ ଗୁଳିମାଡ଼। ଟ୍ରାଫିକ ଗେଟ୍ ମାର୍କେଟରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ୨ରୁ ୩ ଜଣ ଦୁର୍ବୃତ୍ତ ଫାଇରିଂ କରି ଫେରାର୍ ହୋଇଯାଇଛନ୍ତି। ଯୁବକଙ୍କ ଛାତିରେ ଗୁଳି ବାଜିଛି। ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ଆଭେଦ ରାୟ।

ସୂଚନାନୁଯାୟୀ, ସୋମବାର ସକାଳେ ଟ୍ରାଫିକ ଗେଟ୍ ମାର୍କେଟରେ ୨ରୁ ୩ ଜଣ ଦୁର୍ବୃତ୍ତଙ୍କ ସହ ଆଭେଦ ରାୟଙ୍କ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଥିଲେ। ଆଭେଦଙ୍କ ଛାତିରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ ରାଉଣ୍ଡ୍ ଫାଇରିଂ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପ୍ଲାଣ୍ଟସାଇଟ୍ ପୋଲିସ ଛାନଭିନ୍ ଚଳାଇଛି। ଆଭେଦ ପୂର୍ବରୁ ଡ଼ବଲ ମର୍ଡର ମାମଲାରେ ଜେଲ ଯାଇ ଜାମିନରେ ଆସିଥିବା ଜଣାପଡିଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.