ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କ୍ୟୁଁକି ସାସ୍‌ ଭି କଭି ବହୂ ଥୀ-୨’: ସ୍ମୃତି ଇରାନୀଙ୍କ ତୁଲସୀର ଫାର୍ଷ୍ଟ ଲୁକ୍‌ ଆଉଟ୍‌

Published By : Krishna Priya | July 8, 2025 8:14 AM

ନୂଆଦିଲ୍ଲୀ ୦୮/୦୭: ଲୋକପ୍ରିୟ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥୀ’ର ସିକ୍ୱେଲରେ ଖୁବ୍‌ଶୀଘ୍ର ଟିଭି ପରଦାକୁ ଫେରିବେ ସ୍ମୃତି ଇରାନୀ । ଧାରାବାହିକର ପ୍ରିମିୟର ପୂର୍ବରୁ ତୁଲସୀ ଭିରାନୀ ଚରିତ୍ରରେ ସ୍ମୃତିଙ୍କ ଫାର୍ଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଏଥିରେ ସ୍ମୃତି ଏକ ମେରୁନ୍‌ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ବଡ଼ ଲାଲ୍‌ ବିନ୍ଦି, ମଙ୍ଗଳସୂତ୍ର ସହିତ ପାରମ୍ପରିକ ଗହଣା, ଚୁଡ଼ି ପିନ୍ଧି ୨୦୦୦ ମସିହାର ଟିଭି ଫ୍ୟାଶନ୍‌କୁ ସେ ପୁଣି ତାଜା କରିଛନ୍ତି । 

ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥୀ’ ୨୦୦୦ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ଏବଂ ଲଗାତାର ୭ ବର୍ଷ ଧରି ଶୀର୍ଷ ସ୍ଥାନ ବଜାୟ ରଖିଥିଲା । ମୂଳ ଧାରାବାହିକରେ ସ୍ମୃତି ମୁଖ୍ୟ ଚରିତ୍ର ନିର୍ବାହ କରିଥିଲେ । ୨୦୧୪ରେ ପୁଣି ଥରେ ଏହି ଧାରାବାହିକରେ ଅଭିନୟ ଲାଗି ସେ ଚୁକ୍ତି କରିଥିଲେ । କିନ୍ତୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଭାରତୀୟ ସଂସଦରେ ଯୋଗ ଦେବା ଲାଗି ତାଙ୍କୁ ଚୁକ୍ତିରୁ ଓହରିବାକୁ ପଡ଼ିଲା । ଧାରାବାହିକର ସୁଟିଂ ଲାଗି ସେଟ୍‌ ପ୍ରସ୍ତୁତ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ଆସିଲା ‘ଆପଣଙ୍କୁ ଶପଥ ନେବାକୁ ପଡ଼ିବ ।’ ‘ୱି ଦ ୱିମେନ୍‌’ର ଏକ ଏପିସୋଡ୍‌ରେ ବରଖା ଦତ୍ତ ଓ କରନ ଜୋହରଙ୍କ ସହ ବାର୍ତ୍ତାଳାପରେ ସ୍ମୃତି ଏ ବିଷୟରେ କହିଥିଲେ । ସିକ୍ୱେଲରେ ଅମର ଉପାଧ୍ୟାୟ ପୁଣି ଥରେ ମିହିର ଭିରାନୀ ଭୂମିକାରେ ନଜର ଆସିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.