ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ମୁମ୍ୱାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତେହବୁର ରାଣାର ଆସିଲା ପ୍ରଥମ ଫଟୋ

Published By : Prameya | April 10, 2025 10:40 PM

ନୂଆଦିଲ୍ଲୀ,୧୦/୪ :  ମୁମ୍ୱାଇ ୨୬/୧୧ ଆତଙ୍କି ଆକ୍ରମଣର ମାଷ୍ଟରମାଇଣ୍ଡ ତେହବୁର ରାଣାର ଆସିଲା ପ୍ରଥମ ଫଟୋ । ଆମେରିକାରୁ ଭାରତୀୟ ଅଧିକାରୀମାନେ ତାକୁ କଡା ସୁରକ୍ଷା ମଧ୍ୟରେ ଆଣି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ତା’ର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି । 

ରାଣାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ଅତ୍ୟଧିକ ସୁରକ୍ଷା ପାଇଁ ଏହି ବିମାନରେ ଭାରତୀୟ ଗୁପ୍ତଚର ତଥା ଅନୁସନ୍ଧାନକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିମାନବନ୍ଦରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥାର ଅନୁପାଳନ କରାଯାଇଥିଲା । ଦିଲ୍ଲୀର ପଲାମ ବିମାନ ବନ୍ଦରରେ ରାଣାକୁ ନବା ପାଇଁ ବୁଲେଟ ପ୍ରୁଫ ଗାଡି ସାଙ୍ଗକୁ ସଶସ୍ତ୍ର କମାଣ୍ଡୋମାନେ ମୁତୟନ ରହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.