ଗୋପାଳପୁର ୧/୬ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଫିଟ୍ ଇଣ୍ଡିଆ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ବିଶ୍ବବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଶୁଭ ଆରମ୍ଭ କରି ଦୈନନ୍ଦିନ ଜୀବନରେ ସାଇକେଲ ବ୍ୟବହାର କରିବାକୁ ଉତ୍ସାହିତ କରିବା ସହ ସାଇକେଲ ଚାଳନାର ଉପକାରିତା ସଂପର୍କରେ ବୁଝାଇ ଥିଲେ। ନିରୋଗ ତଥା ସୁସ୍ଥ ରହିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ନିୟମିତ ସାଇକଲେ ଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ । ପରେ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ସଣ୍ଡେ ଅନ ସାଇକେଲ ଶୋଭାଯାତ୍ରାରେ ଶିକ୍ଷକ, ଅଣ ଶିକ୍ଷକ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇ ଆର୍ମି ଏଡି କଲେଜ ସ୍ଥିତ ଆକାଶ ଦ୍ବାର ଗେଟ ପର୍ଯ୍ୟନ୍ତ ଯାଇ ଫେରିଥିଲେ। 

ଏହି କାର୍ଯ୍ୟକ୍ରମରେ କୁଳପତିଙ୍କ ସମେତ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଶ ସେଠୀ, ଯୁଗ୍ମ କୁଳସଚିବ ଡ଼.ବାବୁଜି ସାମଲ,ଏନଏସଏସ ସଂଯୋଜକ ଡ. ଜୟନ୍ତ କୁମାର ପଣ୍ଡା,ଡେପୁଟି ୱାର୍ଡେନ ଡ. ସସ୍ମିତା ବେହେରା ପ୍ରମୂଖ ଯୋଗ ଦେଇଥିଲେ। ଏହି ସାଇକେଲ ରାଲିକୁ ଜାତୀୟ ସେବା ଯୋଜନା ସଂଯୋଜକ ଡ଼.ପଣ୍ଡା ପରାଚଳନା  କରିଥିବା ବେଳେ ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଡ. ଶଙ୍କର୍ଷଣ ମଲ୍ଲିକ, ଡ.ଦୀପକ କୁମାର ନାୟକ, ଡ.ଭାଗ୍ୟଶ୍ରୀ ରଥ ପ୍ରମୂଖ ସହଯୋଗ କରିଥିଲେ।