ରାଞ୍ଚି,୧୪/୧୨: ଝାଡଖଣ୍ଡରେ ଭୟଙ୍କର ସଡକ ଦୁର୍ଘଟଣା । ୩ଟି ଗାଡି ଧକ୍କା ହେବା ଫଳରେ ୫ ଜୀବନ ଦୀପ ଲିଭିଯାଇଛି । ବୋକାରୋ ଜିଲ୍ଲା କସମାର ଥାନା ଦାନ୍ତୁ ଗାଁ ରାମଗଡ ରାସ୍ତାରେ ଭୀଷଣ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଏକ ବୋଲେରୋ ଧକ୍କା ଦେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଦୁର୍ଘଟଣାରେ ମୋଟ ୮ ଜଣ ଲୋକ ଆହତ ହୋଇଥିଲେ । ସେଥିରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାରିଧୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଇଟି ଭଗତ କହିଛନ୍ତି, ୩ ଜଣ ଆହତ ହୋଇଛନ୍ତି । ୫ଜଣ ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଆହତ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଛି । ଗୁରୁତର ଜଣଙ୍କ ଅନ୍ୟ ହସ୍ପିଟାଲଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟ ଦୁଇ ଆହତ ସୁସ୍ଥ ଅଛନ୍ତି ।
#WATCH | Bokaro, Jharkhand: 5 people died and 3 injured in a road accident that took place on Bokaro-Ramgarh National Highway
— ANI (@ANI) December 13, 2024
Dr Sweety Bhagat Medical Officer, Community Health Center Jaridih, Bokaro says, " 5 people were brought dead and 3 are injured, one is in serious… pic.twitter.com/RVn4mBcQsL
ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ତେବେ କୁହୁଡି ପାଇଁ ଦୁର୍ଘଟଣା ହୋଇଥିବା ଅନୁମାନ କରଯାଉଛନ୍ତି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।