ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

୫ ବନ୍ଧୁକ ସହ ମାରଣାସ୍ତ୍ର ଜବତ, ୩ ଶିକାରୀ ଗିରଫ

Published By : Prameya | December 4, 2024 11:23 PM

ବାରିପଦା, ୪/୧୨ : ଶିମିଳିପାଳରେ ବଡ ଧରଣର ଶିକାର ଯୋଜନା ପଣ୍ଡ । ଏ ଆଇ କ୍ୟାମେରା ମାଧ୍ୟମରେ ତିନି ଶିକାରୀଙ୍କୁ ଚିହ୍ନଟ ପରେ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ହାତ ତିଆରି ବନ୍ଧୁକ ସମେତ ବନ୍ଧୁକ ପାଉଡର, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି। ତାଙ୍କ ବିରୋଧରେ ୧୯୭୨ବନ୍ୟ ଜନ୍ତୁ ସଂରକ୍ଷଣ ନିୟମ ଅନୁଯାୟୀ ମାମଲା ଦାୟର ହୋଇଥିବାବେଳେ ସେମାନଙ୍କୁ ବାରିପଦା ସ୍ଵତନ୍ତ୍ର ମୁଖ୍ୟ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି। 

ଏଥିସହ ଜବତ ହୋଇଥିବା ମାରଣାସ୍ତ୍ର ଗୁଡ଼ିକ ପୁଲିସକୁ ହସ୍ତାନ୍ତର କରାଯାଇ ତାଙ୍କ ବିରୋଧରେ ୧୯୫୯ଅସ୍ତ୍ରଶସ୍ତ୍ର ଆଇନ ଏବଂ ବିସ୍ଫୋରକ ଆଇନ ୧୮୮୪ରେ ମାମଲା ରୁଜୁ କରାଯାଇଛି । ସେହି ୩ପେଶାଦାର ଶିକାରୀମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଳଡିହାର ଡୁମା ସାହି ଗ୍ରାମର କରଣ ମାରାଣ୍ଡି (୨୧), କାରୁ ହାଁସଦା ଓରଫ କାନ୍ଦ୍ରା (୩୫) ଏବଂ ବୁଧୁରାଜ୍ ସୋରେନ (୨୮)। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଳଡିହା ଡୁମା ସାହି ଗ୍ରାମର କରଣ ମାରାଣ୍ଡି (୨୧)କୁ ପ୍ରଥମେ ଗିରଫ କରାଯିବା ପରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି l ଏ ଆଇ କ୍ୟାମେରା ଆଖିରୁ ଶିକାରୀ ବର୍ତ୍ତି ପାରୁ ନ ଥିଲେ ସୁଦ୍ଧା ଶିକାର ଲୋଭ ତାଙ୍କ ମନ ରୁ ଲିଭୁନି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.