ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସୀମାନ୍ତରେ ୫ ମାଓବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ…

Published By : Ladu Kishor | June 24, 2025 10:58 PM

ମାଲକାନଗିରି,୨୪।୬ :  ବିଜାପୁର ଜିଲ୍ଲା ଅନ୍ତର୍ଗତ ତିନୋଟି ଥାନା ଅଞ୍ଚଳ ଯଥା ମଦେଡ, ଗଙ୍ଗାଲୁର ଏବଂ ଜଙ୍ଗଲାରେ ଯବାନଙ୍କ ତଲାସୀ ଅଭିଯାନ କରାଯାଉଥିବା ବେଳେ ମୋଟ ପାଞ୍ଚ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏହି ମାଓବାଦୀଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ, ନକ୍ସଲ ପୋଷାକ, ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। 

ଗିରଫ ମାଓବାଦୀ ମାନେ ହେଲେ ସଞ୍ଜୟ ମାରପାଲି, କମଲୁ ଓରଫ କାଲାମୁ ପୁନେମ, କୋସା ଭୋଗମ, କୋସା ତାମୋ ଏବଂ ସୋନାଧର ପୋଡିୟମ। ଏମାନେ ପୂର୍ବରୁ ବୋମା ବିସ୍ଫୋରଣ, ହତ୍ୟା, ରାସ୍ତା ଖୋଳିବା ଭଳି ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିଲେ। ଏହା ପରେ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନକୁ ଆହୁରି ବଢାଇ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.