ଟିକିରି, ୨୭।୪: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଶନିବାର ୬ଟି ଗ୍ରାମପଞ୍ଚାୟତ ସଦର ମହକୁମା ୨୪ଟି ସମ୍ବେଦନଶୀଳ ବୁଥ୍ରେ ରୋଡ଼ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି । କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକଙ୍କର ନେତୃତ୍ୱରେ ହୋଇଥିବା ଏହି ଫ୍ଲାଗ ମାର୍ଚ୍ଚରେ ଥାନାର ସବ ଇନ୍ସପେକ୍ଟର, ଏଏସଆଇ, ହାବିଲଦାର, କନଷ୍ଟେବଳ ସମେତ ଶତାଧିକ ବିଏସଏଫ ଯବାନ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
ଭୌଗୋଳିକ ଦୃଷ୍ଟିରୁ କାଶୀପୁର ଥାନା ଅଞ୍ଚଳ ପାହାଡ଼ ପର୍ବତ ସମେତ ଜଙ୍ଗଲରେ ବେଷ୍ଟିତ ପୁଣି ଏଠାରେ ଥିବା ଅନେକ ଭୋଟ କେନ୍ଦ୍ର ସମ୍ବେଦନଶୀଳ ରହିଥିବା ଦୃଷ୍ଟାନ୍ତ ରହିଛି । ସେହିପରି କାଶୀପୁର ଥାନା ଅଞ୍ଚଳ ଆୟତନରେ ମଧ୍ୟ ଅଧିକ ରହିଥିବା ବେଳେ ନିର୍ବାଚନ ପରିଚାଳନା ପୋଲିସ ପାଇଁ ତଳ ଦିନରେ ଏକ ଚାଲେଞ୍ଜ ଭାବେ ପରିଗଣିତ ହେଇଯାଇଛି । ଏଣୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏଭଳି ଫ୍ଲାଗ ମାର୍ଚ୍ଚ ନିର୍ବାଚନ ପର୍ଯ୍ୟନ୍ତ ଜାରି ରଖିବା ପ୍ରକାଶ ପାଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ଥାନା ଅଞ୍ଚଳ ଅଡାଜୋର, ସିନ୍ଦୁର ଘାଟି, ସୁଙ୍ଗେର, ମୁନୁଷ ଗାଁ, ଚନ୍ଦ୍ରଗିରି, ତଳ ଝିରି ଭଳି ୬ଟି ପ୍ରମୁଖ ଗ୍ରାମ ପଞ୍ଚାୟତର ୨୪ ଟି ବୁଥ୍ରେ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଏଭଳି ଫ୍ଲଗମାର୍ଚ୍ଚ ଏହି ଥାନା ପକ୍ଷରୁ ଚତୁର୍ଥ ଥର ପାଇଁ କରାଯାଇଥିବା ସୂଚନା ମିଳିଛି । ଶନିବାର ଏହି କାର୍ଯ୍ୟକ୍ରମରେ ଶତାଧିକ ସିଆରପିଏଫ ଯବାନ ସମେତ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ସବ ଇନ୍ସପେକ୍ଟର ବିକାଶ ପଟେଲ, ଏଏସଆଇ ଧନୁର୍ଜୟ ଦଳେଇ, ରୁଦ୍ରଦେଵ ନାଏକ, ଏଏସଆଇ ସମ ଦତ୍ତ ପ୍ରଧାନ, କନେଷ୍ଟବଳ ଗୋପୀନାଥ କାଡ୍ରାକା ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।