ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ମୋଦିଙ୍କ ରୋଡ ସୋ’ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା, ଅପରାହ୍ନ ୨ଟାରୁ ଜନପଥ ରାସ୍ତାରେ ଗାଡି ଚଳାଚଳ ବନ୍ଦ

Published By : Prameya | May 9, 2024 4:29 PM

ଭୁବନେଶ୍ବର, ୯।୫ ଶୁକ୍ରବାର  ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ବିଜେପି ପାର୍ଟି ଅଫିସରୁ  ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ ଯୋଗ ଦେବେ ମୋଦି ।  ଏହି ରୋଡ ସୋ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି କରାଯାଇଛି।  ଭୁବନେଶ୍ବର ଜନପଥ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିବ ।

୧୦ ତାରିଖ ଅପରାହ୍ମ ୨ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ଜନପଥ ଯାହାକି ମାଷ୍ଟର କ୍ୟାଣ୍ଟିନଠାରୁ ବାଣୀବିହାର ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରିପାରିବେ ନାହିଁ । ସେହିପରି ୧୦ ତାରିଖ ଅପରାହ୍ନ ୪ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରିପାରିବେ ନାହିଁ।

ଏପରିକି ଜନପଥର (ମାଷ୍ଟର କ୍ୟାଣ୍ଟିନ-ବାଣୀବିହାର ଏବଂ ବାଣୀ ବିହାର-ମାଷ୍ଟର କ୍ୟାଣ୍ଟିନ) ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଏହି ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ  ପୋଲିସ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି। 

ତେଣୁ ଏହି ନିର୍ଦ୍ଦେଶନାମା ଅନୁସାରେ ମାଷ୍ଟର କ୍ୟାଣ୍ଟିନ ଓ ବାଣୀବିହାର ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ  କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ବର-କଟକ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.