ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପାରଦ୍ୱୀପରେ ପ୍ରତିଷ୍ଠା ହେବ ଏୟାରପୋର୍ଟ : ନୀତିନ ଗଡ଼କରୀଙ୍କ ବଡ଼ ସୂଚନା

ପୁରୀ – ଆଜି ପୁରୀ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ  , ସେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦରେ ବିଜେପିର ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ନୀତିନ ଗଡ଼କରୀ ଲୋକଙ୍କୁ ସମ୍ୱୋଧିତ କରି ନିର୍ବାଚନୀ ଜନସଭାରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭୁବନେଶ୍ୱର ଓ ସମ୍ୱଲପୁରରେ ହେବ ରିଙ୍ଗ୍‌ ରୋଡ୍‌। ଡିପିଆର ହୋଇ ଅକ୍ଟୋବରରୁ ଏହି କାମ ଆରମ୍ଭ ହେବ।

ଏହାସହ ଖୁବ୍ ଶୀଘ୍ର ଚିଲିକାରେ ମଧ୍ୟ ଆରମ୍ଭ ହେବ ଏକ ବ୍ରିଜ୍‌ କାମ। ଏହାର ଡିପିଆର ସରିଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ପାରଦ୍ୱୀପରେ ପ୍ରତିଷ୍ଠା ହେବ ଏୟାରପୋର୍ଟ । ବନ୍ଦର ସହ ଏୟାରପୋର୍ଟର ସଂଯୋଗ ରହିବ। ଗଡ଼କରୀ କହିଛନ୍ତି କୃଷକ ଓ ଶ୍ରମିକଙ୍କ ଉନ୍ନତି ପାଇଁ ଉଦ୍ୟମ କରୁଛୁ। କୃଷକଙ୍କୁ ଅନ୍ନଦାତାରୁ ଉର୍ଜାଦାତା କରିବୁଦେଶରେ ୧୦୦ ଇଥାନଲ ଫ୍ୟାକ୍ଟ୍ରି ଆରମ୍ଭ ହୋଇଛି। ଏହା କୃଷକଙ୍କୁ ଅର୍ଥନୀତିର ନୂଆ ପରିଚୟ ଦେବ।

ଉଲ୍ଲେଖନୀୟ ଯେ, ଆସନ୍ତାକାଲି ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟ୍ ଗ୍ରହଣ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ,ବିଜେପିର କେନ୍ଦ୍ର ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ରାଜ୍ୟ ନିର୍ବାଚନୀ ପ୍ରଚାର ମାହୋଲକୁ ସରଗରମ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.