ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରହ୍ମପୁର କନିଷିରେ ନବୀନଙ୍କ ପ୍ରଚାର, 'ଭଲ ପ୍ରାର୍ଥୀ ଦେଖି ଭୋଟ୍ ଦିଅନ୍ତୁ'

ବ୍ରହ୍ମପୁର, ୦୯/୦୫ : ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପ୍ରଚାର ପାଇଁ ନବୀନ ଗଞ୍ଜାମ ଜିଲ୍ଲା କନିଷି ଜନସଭାରେ ସମ୍ବୋଧନ କରିଛନ୍ତି। ଆପଣମାନେ ଭଲ ଅଛନ୍ତି କି ? ସମ୍ଵୋଧନରେ ପଚାରି ବୁଝିଛନ୍ତି। ଏହା ସହ BSKY, ମମତା ଯୋଜନା, 5T ସ୍କୁଲ ରୂପାନ୍ତରିକରଣ ଭଲ ଲାଗୁଛି କି ନାହିଁ ପଚାରିଛନ୍ତି। ସେ ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ଏତଦ୍ ବ୍ୟତୀତ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍‌ ଯୋଜନା, ଚାଷୀଙ୍କ କାଳିଆ ଯୋଜନା, ଓ ନିଜେ ନବୀନ ପଟ୍ଟନାୟକ ଭଲ କି ନାହିଁ ବୋଲି ପଚାରି ବୁଝିଛନ୍ତି। ଚୋର ପ୍ରାର୍ଥୀଙ୍କୁ ଭୋଟ କରନ୍ତୁ ନାହିଁ ବୋଲି କହିଛନ୍ତି। 

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଆପଣମାନେ ଏତେ ଖରାରେ ଆସିଛନ୍ତି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ। ଯୋଡ଼ି ଶଙ୍ଖରେ ଭୋଟ୍ ଦେଇ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଜିତାନ୍ତୁ। ଏହି ଅବସରରେ ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ, ଆମେ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା। 

ସୂଚନାନୁଯାୟୀ, ବ୍ରହ୍ମପୁର କନିଷି ଠାରେ ଆୟୋଜିତ ସାଧାରଣ ସମାବେଶରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ଅଛନ୍ତି। ସାଧାରଣ ସଭାକୁ ସାଂସଦ ମାନସ ମଙ୍ଗରାଜ ସ୍ଵାଗତ ଜଣାଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.