ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ସାଉଦୀ ଆରବରୁ ଆସୁଥିବା ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ, ଦିଲ୍ଲୀ ଏୟାରପୋର୍ଟରେ ଆଲର୍ଟ ଜାରି

Published By : Prameya | April 21, 2025 10:01 PM

ନୂଆଦିଲ୍ଲୀ : ସାଉଦୀ ଆରବର ଜେଦ୍ଦାରୁ ଆସୁଥିବା ବିମାନ ଦିଲ୍ଲୀ ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଛି। କୁହାଯାଉଛି ଯେ, ଏହି ବିମାନର ଟାୟରରେ କିଛି ସମସ୍ୟା କାରଣରୁ ତାକୁ ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା। ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ପୂର୍ବରୁ ଏୟାରପୋର୍ଟ ଆଲର୍ଟ ଜାରି କରିଥିଲା। ଏହି ଆଲର୍ଟରେ ଦମକଳ , ଆମ୍ୱୁଲାନ୍ସ , ସୁରକ୍ଷାକର୍ମୀ ଆଦି ପହଞ୍ଚି ଯାଇଥିଲେ।

ଏହାପରେ ବିମାନକୁ ସୁରକ୍ଷିତ ଭାବେ ରନୱେରେ ଅବକରଣ କରାଯାଇ ଥିଲା। ସମସ୍ତ ଯାତ୍ରୀ ସଂପୂର୍ଣ୍ଣ ସୁରକ୍ଷିତ ଥିଲେ। ସୂଚନା ଆଧାରରେ, ଏହି ବିମାନଟି ସାଉଦୀ ଏୟାରଲାଇନ୍ସର ଥିଲା। ବିମାନରେ ହୋଇଥିବା ସମସ୍ୟାକୁ ଏକ୍ସପର୍ଟ ଟିମ୍‌ ଯାଞ୍ଚ କରିଥିଲେ। ଏହି ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ସୋମବାର ସନ୍ଧ୍ୟାରେ କରାଯାଇ ଥିଲା।

ସୂଚନା ଅନୁସାରେ, ସାଉଦୀ ଏୟାରଲାଇନ୍ସର ବିମାନ ସଂଖ୍ୟା ଏସଭି-୭୫୮ ସୋମବାର ସକାଳେ ଜେଦ୍ଦାରୁ ଦିଲ୍ଲୀ ଏୟାରପୋର୍ଟ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ଯେବେ ଦିଲ୍ଲୀ ନିକଟରେ ପହଞ୍ଚିଲା ତ ପାଇଲଟ ଅନୁଭବ କଲେ କି, ଏହାର ଟାୟାରରେ କିଛି ସମସ୍ୟା ରହିଛି। ଏଥିପାଇଁ ସେ କଣ୍ଟ୍ରୋଲ ରୁମ୍‌କୁ ଏମର୍ଜେନ୍ସି ଲ୍ୟାଣ୍ଡିର ଅନୁମତି ମାଗି ଥିଲେ। 

ଦମକଳ ବିଭାଗ ଅନୁସାରେ, ତାଙ୍କୁ ସନ୍ଧ୍ୟା ୫.୧୫ ଟା ସମୟରେ ବିଭାଗର ଏମର୍ଜେନ୍ସି  ଲ୍ୟାଣ୍ଡିଂ କରାଇବାକୁ କଲ୍‌ ମିଳିଥିଲା। ଏହି ସୂଚନାରେ ୪ଟି ଗାଡ଼ିକୁ ଏୟାରପୋର୍ଟକୁ ପଠାଯାଇ ଥିଲା। କିନ୍ତୁ ପ୍ରଥମ ଗାଡ଼ି ପହଞ୍ଚିବା ପରେ କୁହାଯାଇ ଥିଲା କି ବିମାନକୁ ସୁରକ୍ଷିତ ଅବତରଣ କରାଯାଇଛି। ଏହି ବିମାନଟି ସନ୍ଧ୍ୟା ୫.୨୮ ଟା ସମୟରେ ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ-୩ରେ ସୁରକ୍ଷିତ ଅବତରଣ କରାଯାଇଛି। ବିମାନଟରେ ଥିବା ତ୍ରୁଟିକୁ ନେଇ ବର୍ତ୍ତମାନ ଯାଞ୍ଚ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.