କଟକ, ୯।୨ :  ବାରବାଟୀ ଦିନିକିଆ ମ୍ୟାଚରେ ବିଭ୍ରାଟ। ବ୍ୟାଟିଂ ବେଳେ ଲିଭିଗଲା ଗୋଟିଏ ଫ୍ଲଡ ଲାଇଟ । ବାରବାଟୀ  ମ୍ୟାଚ ବାଧାପ୍ରାପ୍ତ। କିଛି ସମୟ ପାଇଁ ବନ୍ଦ କରାଯାଇଛି ମ୍ୟାଚ। ଫ୍ଲଡ ଲାଇଟ ସମସ୍ୟା ପାଇଁ  କିଛି ସମୟ ପାଇଁ  ଖେଳ ଅଟକିଛି।  

ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚରେ ପ୍ରଥମେ ଇଂଲଣ୍ଡ ବ୍ୟାଟି କରିଥିଲା। ଭାରତ ଆଗରେ ଜିତିବା ପାଇଁ ୩୦୫ ରନ୍ ଟାର୍ଗେଟ ରଖିଥିଲା  ଇଂଲଣ୍ଡ । ଭାରତ ଟିମର  ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ। ହଠାତ ଫ୍ଲଡ ଲାଇଟରେ ସମସ୍ୟା ଦେଖା ଦେବା ସହ ଲାଇଟ ଲିଭିଯାଇଥିଲା। ଫଳରେ ମ୍ୟାଚ ବାଧାପ୍ରାପ୍ତ ହୋଇଛି।   ଲାଇଟ ଯିବା ସମୟରେ ଟିମ ଇଣ୍ଡିଆ ୬ ଓଭର ଗୋଟିଏ ବଲରେ ୪୮ ରନ୍ କରିଥିଲା । ଲାଇଟ ଚାଲି ଯିବାରୁ ୨  ଓପନର ଖେଳି ନ ପାରି ପାଭିଲିୟନକୁ ଫେରିଯାଇଥିଲେ।  ଏଭଳି ଅଘଟଣ ଯୋଗୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।