ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଭଲ କଳାକାରଙ୍କ ଖରାପ ଫିଲ୍ମ, ଅଭିନୟକୁ ନାପସନ୍ଦ କରିଛନ୍ତି ଦର୍ଶକ

Published By : Prameya | December 4, 2024 2:33 PM

କେଉଁ ବଲିଉଡ ଅଭିନେତାଙ୍କ ଅଭିନୟ ଆପଣଙ୍କୁ ଭଲ ଲାଗେ ? ଅଜୟ ଦେବଗନ, ଋତିକ ରୋଷନ, ସୈଫ ଅଲ୍ଲୀ ଖାନ ନା ସୋନମ କପୁର ? ଆପଣ ଏହି ଅଭିନେତା, ଅଭିନେତ୍ରୀଙ୍କ ପ୍ରଶଂସକ କି ? ଏକାଧିକ ସଫଳ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ସତ୍ତ୍ଵେ ଏହି ତାରକାମାନେ ଏଭଳି ଖରାପ ଫିଲ୍ମରେ ଅଭିନୟ କରିଛନ୍ତି ଯେ, ସେହି ଫିଲ୍ମ ସବୁ ଦେଖିଲେ ଆପଣ ଏମାନଙ୍କୁ ପ୍ରଶଂସା କରିବା ବଦଳରେ ନାପସନ୍ଦ କରିବେ।

ମେ ପ୍ରେମ କି ଦିୱାନୀ ହୁଁ 

୨୦୦୩ରେ ପ୍ରେକ୍ଷାଳୟକୁ ଆସିଥିଲା ‘ମେ ପ୍ରେମ କି ଦିୱାନୀ ହୁଁ’ଏଥିରେ ଅଭିନୟ କରିଥିଲେ ହିନ୍ଦୀ ସିନେମାର ଦୁଇ ନାମୀ ସେଲିବ୍ରିଟି ଋତିକ ରୋଷନ ଓ କରୀନା କପୁର । ଏହି ଫିଲ୍ମଟିକୁ ଆଦୌ ପସନ୍ଦ କରିନଥିଲେ ସିନେପ୍ରେମୀ । ଅଧିକାଂଶ ଦର୍ଶକଙ୍କ ମତରେ ଏହା ଏହି ଦୁଇଜଣଙ୍କ ଅଭିନୀତ ସବୁଠୁ ବେକାର ଚଳଚ୍ଚିତ୍ର । 

ହିମ୍ମତୱାଲା 

‘ଫୁଲ୍‌ ଔର୍‌ କାଣ୍ଟେ’ଠୁ ଆରମ୍ଭ କରି ‘ସିଂଘମ୍‌ ଏଗେନ୍‌’ ପର୍ଯ୍ୟନ୍ତ କେତେ ସୁପରହିଟ୍‌, ବ୍ଲକ୍‌ବଷ୍ଟର ମୁଭିରେ ଅଭିନୟ କରିନାହାନ୍ତି ଅଜୟ ଦେବଗନ! କିନ୍ତୁ ଆପଣ ଯଦି ‘ହିମ୍ମତୱାଲା’ ଫିଲ୍ମ ଦେଖିବେ ତା’ହେଲେ ବିଶ୍ୱାସ କରିବେ ନାହିଁ ଯେ ଅଜୟ ଦେବଗନ ଏଭଳି ଫିଲ୍ମ ଦେଇପାରନ୍ତି । ଅଜୟ ଦେବଗନ ଅଭିନୀତ ଏ ସିନେମା ଥିଲା ଅଶୀ ଦଶକରେ ନିର୍ମିତ ‘ହିମ୍ମତୱାଲା’ର ରିମେକ୍‌ । 

ହମ୍‌ସକଲ୍‌ 

୨୦୧୪ରେ ମୁକ୍ତିଲାଭ କରିଥିଲା ‘ହମ୍‌ସକଲ୍‌’ । ଏଥିରେ ନଜର ଆସିଥିଲେ ସୈଫ ଅଲ୍ଲୀ ଖାନ ଓ ରାମ କପୁର । ଯଦି ଭୁଲରେ ବି ଆପଣ ଏ ଫିଲ୍ମ ଦେଖିଲେ ତା’ହେଲେ ଦୁଇ କଳାକାରଙ୍କ ଉପରୁ ଆପଣଙ୍କର ଭରସା ତୁଟିଯିବ । ଆପଣ ଭାବିବେ ସୈଫ ଅଲ୍ଲୀ ଖାନ୍‌ଙ୍କର କ’ଣ ଏମିତି ଅସୁବିଧା ପଡ଼ିଲା ଯେ ସେ ଏ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଗଲେ । 

ଲଭଷ୍ଟୋରୀ ୨୦୫୦ 

୨୦୦୮ ମସିହାରେ ସିନେମାଘରକୁ ଆସିଥିଲା ପ୍ରିୟଙ୍କା ଚୋପ୍ରା ଷ୍ଟାରର୍‌ ‘ଫ୍ୟାସନ୍‌’ । ଏ ଫିଲ୍ମରେ ଚମତ୍କାର ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଟିଥିଲେ ପ୍ରିୟଙ୍କା । ପ୍ରିୟଙ୍କା ଚୋପ୍ରା ଅଭିନୀତ ‘ଲଭ୍‌ଷ୍ଟୋରୀ ୨୦୫୦’ମଧ୍ୟ ଏହି ବର୍ଷ ରିଲିଜ ହୋଇଥିଲା । ଏ ଫିଲ୍ମ ଦେଖିସାରି ଦର୍ଶକ ଭାବିବାକୁ ବାଧ୍ୟ ହୋଇଥିଲେ ଯେ କେବଳ ଗୋଟିଏ ଗୀତ ‘ମିଲୋ ନା ମିଲୋ’କୁ ବାଦ୍‌ ଦେଲେ ସେଭଳି ଆଉ କିଛି ନଥିବା ସତ୍ତେ୍ୱ ପ୍ରିୟଙ୍କାଙ୍କ ଭଳି ଅନ୍ତର୍ଜାତୀୟ ସ୍ତରର କଳାକାର ଏଥିରେ କିଭଳି ଅଭିନୟ କଲେ? 

ସାନ୍‌ଦାର 

୨୦୧୫ରେ ଦର୍ଶକ ମୁହଁ ଫେରେଇ ନେଇଥିବା ଫ୍ଲପ୍‌ ଫିଲ୍ମଗୁଡ଼ିକ ମଧ୍ୟରୁ ‘ସାନ୍‌ଦାର’ ଅନ୍ୟତମ । ଅନେକ ଦର୍ଶକ ଏହା ମଧ୍ୟ ଚିନ୍ତାକରି ତାଜୁବ ହୋଇଥିଲେ ଯେ ଏ ଫିଲ୍ମ ବୋଧହୁଏ ଶକ୍ତି କପୁର ଓ ଆଲିଆ ଭଟ୍ଟଙ୍କ ଆକ୍ଟିଂ କ୍ୟାରିୟରର ସବୁଠୁ ବାଜେ ଫିଲ୍ମ । 

ଖୁବ୍‌ ସୁରତ 

୧୦ ବର୍ଷ ତଳେ ସିନେମା ହଲ୍‌କୁ ଆସିଥିଲା ଏ ଫିଲ୍ମ । ଏଥିରେ ଅବଶ୍ୟ କିଛିଟା ଭଲ ଦୃଶ୍ୟ ଥିଲା । ଯେମିତିକି ବାଦ୍‌ଶାହଙ୍କ ର‌୍ୟାପ୍‌ - ‘ଜିସ୍‌କା ଡାନ୍ସ ନହିଁ କରନା ୱୋ ଯାକେ ଅପ୍‌ନି ଭେଁସ୍‌ ଚରାଏ’, ଯାହା ଥିଲା ବେଶ୍‌ ଚର୍ଚ୍ଚାରେ । ଏତକକୁ ଛାଡ଼ିଦେଲେ ଫିଲ୍ମ ଦେଖି ଆପଣ ନିଶ୍ଚୟ ଭାବିବେ, ଫୱାଦ ଖାନ ଓ ସୋନମ କପୁରଙ୍କୁ ନେଇ ଏ ଫିଲ୍ମ ତିଆରି ହେଲା କାହିଁକି? 

ହିରୋପନ୍ତି ୨ 

ଏହା ଥିଲା ଟାଇଗର ଶ୍ରଫଙ୍କ ଡେବ୍ୟୁ ଫିଲ୍ମ ‘ହିରୋପନ୍ତି’ର ସିକ୍ୱେଲ, ଯାହା ମୁକ୍ତିଲାଭ କରିଥିଲା ୨୦୨୨ରେ । ଫିଲ୍ମ ଦେଖିଲେ ଆପଣଙ୍କର ପଚାରିବାକୁ ଇଚ୍ଛା ହେବ ନିର୍ମାତାଙ୍କୁ ଯେ, ଏତେ ଖରାପ ଫିଲ୍ମରେ ନବାଜୁଦ୍ଦିନ ସିଦ୍ଦିକିଙ୍କ ଭଳି ପ୍ରତିଭାବାନ୍‌ ଅଭିନେତା ଓ ମହଙ୍ଗା କାର୍‌କୁ କାହଁକି ବର୍‌ବାଦ କରାଗଲା?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.