ନୂଆଦିଲ୍ଲୀ ୧୧/୦୪: ଗ୍ରୀଷ୍ମ ତାତି ବଢ଼ିବା ସହିତ ତରଭୁଜ ଭଳି ଫଳର ଚାହିଦା ବଢୁଛି । ଏହା ସହିତ ବଢୁଛି ଅପମିଶ୍ରଣ ଆଶଙ୍କା । ଏହି କ୍ରମରେ ଖାଦ୍ୟ ନିରାପତ୍ତା ବିଭାଗ ନିକଟରେ ତାମିଲନାଡୁରେ ଖରାପ ଖାଦ୍ୟ ଓ କୃତ୍ରିମ ରଙ୍ଗ ମିଶ୍ରଣର ଯାଞ୍ଚ୍‌ କରିଥିଲେ । ଯାଞ୍ଚ୍‌ ଅଧିକାରୀମାନେ ୨ ହଜାର କିଲୋରୁ ଅଧିକ ଅପମିଶ୍ରିତ ଓ ପଚା ତରଭୁଜକୁ ନଷ୍ଟ କଲେ । 

ଏହି କାର୍ଯ୍ୟାନୁଷ୍ଠାନ ଅଧିକ ଆକର୍ଷଣୀୟ କରିବା ଲାଗି ରସାୟନ ଦ୍ୱାରା ଅପମିଶ୍ରିତ କରାଯାଇଥିବା ତରଭୁଜ କିମ୍ବା ପଚା ତରଭୁଜ ବିକ୍ରିକୁ ରୋକିବା ଅଭିଯାନର ଅଂଶ ଥିଲା । ଏ ସନ୍ଦର୍ଭରେ ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ସ୍ପଷ୍ଟ କଲା ଯେ ଗ୍ରାହକ ନିଜେ କଟା ତରଭୁଜକୁ କାଚ ଗ୍ଲାସ୍‌ ଭିତରେ ରଖି ତା’ର ଗୁଣବତ୍ତା ଯାଞ୍ଚ୍‌ କରିପାରିବେ । କୃତ୍ରିମ ରଙ୍ଗ ପାଣି ସଂସ୍ପର୍ଶରେ ଆସିଲେ ଅଲଗା ହୋଇଯାଏ । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ଅନୁସାରେ, ଗ୍ରାହକ ରାସାୟନିକ ରଙ୍ଗ ଚିହ୍ନଟ ଲାଗି ତୁଳାରେ ପରୀକ୍ଷା କରନ୍ତୁ । ତରଭୁଜକୁ କାଟି ତା’ର ଲାଲ୍‌ ଅଂଶକୁ ତୁଳାରେ ଘଷିଲେ ଏଥିରେ ରଙ୍ଗ ଦିଆଯାଇଛି କି ନାହିଁ ଜଣାପଡ଼ିବ । ତୁଳା ଯଦି ସଫା ରହିବ, ତେବେ ଫଳ ପ୍ରାକୃତିକ । କିନ୍ତୁ ଯଦି ଲାଲ୍‌ ପଡ଼ିଯାଏ, ଏହା କୃତ୍ରିମ ରଙ୍ଗ ମିଶ୍ରଣକୁ ଇଙ୍ଗିତ କରେ । ଆଉ ଏକ ଉପାୟ ହେଉଛି ଧଳା ଟିସ୍ୟୁ କିମ୍ବା କାଗଜରେ ଖଣ୍ଡେ ତରଭୁଜକୁ ଘଷନ୍ତୁ । ଯଦି ରଙ୍ଗ କାଗଜରେ ଲାଗିଯାଏ, ତେବେ ଏହା ଖାଇବା ଯୋଗ୍ୟ ନୁହେଁ ।