ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ମହାକୁମ୍ଭ ସ୍ନାନ ପାଇଁ ପ୍ରବଳ ଆଗ୍ରହ : ରାସ୍ତାରେ ପ୍ରବଳ ଭିଡ଼ ଯୋଗୁଁ ୨୪୮ କି.ମି ନାବରେ ଯାଇ ପହଞ୍ଚିଲେ ପ୍ରୟାଗରାଜରେ

Published By : Prameya | February 16, 2025 5:36 PM

ନୂଆଦିଲ୍ଲୀ : କୁହାଯାଏ ପ୍ରବଳ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ। ଏମିତି ହିଁ ଏକ ଘଟଣା ଦେଖିବାକୁ ମିଳିଛି ପ୍ରୟାଗରାଜରେ। ମହାକୁମ୍ଭରେ ସ୍ନାନ କରିବାକୁ ଯାଉଥିବା ୪ଜଣ ଯୁବକ ଏମିତି ହିଁ କାମ କରିଛନ୍ତି, ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି। ଏହା ସମସ୍ତେ ଜାଣନ୍ତି ଯେ , ପ୍ରୟାଗରାଜରେ ମହାକୁମ୍ଭରେ ବୁଡ଼ ଦେବାକୁ ଦେଶ ବିଦେଶରୁ ଅନେକ ଲୋକ ଆସି ସେଠାରେ ପହଞ୍ଚୁଛନ୍ତି। ଏଥିପାଇଁ ରାସ୍ତା , ରେଲୱେ ଷ୍ଟେସନ ସବୁଠୁ ଭିଡ଼। ଏହି ସ୍ଥିତିରୁ ବର୍ତ୍ତି କେମିତି ସହଜ ଉପାୟରେ ମହାକୁମ୍ଭରେ ପହଞ୍ଚିବେ ଏଥିପାଇଁ ୪ ବନ୍ଧୁ ଏକ ଅଭିନବ ଉପାୟ ସ୍ୱରୂପ ଜଳମାର୍ଗରେ ଯିବାକୁ ସ୍ଥିର କଲେ ଏବଂ ଏକ ନାଆରେ ମହାକୁମ୍ଭ ଅଭିମୂଖେ ଯାତ୍ରାରେ ବାହାରିଲେ। 

ମହାକୁମ୍ଭରେ ମାଘର ପ୍ରମୁଖ ସ୍ନାନ ଭଳି ଭିଡ଼ , ବିଭିନ୍ନ ଜିଲ୍ଲାରୁ ଯାଇଥିବା IASଙ୍କ ମୁତୟନ ୨୭ ଯାଏ ବଢିଲା

କହି ରଖୁଛୁ କି, ମହାକୁମ୍ଭ ୨୦୨୫ ଏବେ ଶେଷ ହେବାକୁ ଯାଉଛି। କିନ୍ତୁ ଲୋକଙ୍କ ଭିଡ଼ କମିବାର ନାଁ ହିଁ ହେଉ ନାହିଁ। ସଙ୍ଗମରେ ସ୍ନାନ ପାଇଁ ଲୋକଙ୍କ ରାଲି ଲାଗିଛି। ଏଥିଯୋଗୁଁ ରାସ୍ତାର ଖୁବ୍‌ ଅଧିକ ଜାମ୍‌ ରହିଛି। ଅନେକ ସ୍ଥାନରେ ତ ଲୋକେ ଘଣ୍ଟା ଘଣ୍ଟା ଭିଡ଼ରେ ଫସି ରହିଛନ୍ତି। ଅନ୍ୟପଟେ , ଟ୍ରେନ୍‌ ଗୁଡ଼ିକର ସ୍ଥିତି ବି ଆହୁରି ଅଧିକ ଖରାପ। ଏହିସବୁ କଥାରେ ଚିନ୍ତିତ ହୋଇ କିଛି ବନ୍ଧୁ ନାଆରେ ଯିବାକୁ ପ୍ଲାନ କଲେ। ଏହି ବନ୍ଧୁ ମାନେ ୨୪୮ କି.ମି ଯାଏ ନାଆ ଚଲାଇ ପ୍ରୟାଗରାଜରେ ପହଞ୍ଚିଲେ ଏବଂ ସଙ୍ଗମକୁ ଯାଇ ସ୍ନାନ କରିଥିଲେ। ଏହାର ଭିଡ଼ଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଏହି ଭିଡ଼ିଓକୁ ଇନ୍ଦୋର ରିପୋର୍ଟର ୨୧ ନାମକ ସୋସିଆଲ ମଡ଼ିଆ ହ୍ୟାଣ୍ଡଲରୁ ପୋଷ୍ଟ କରାଯାଇଛି। ଏହି ଭିଡ଼ିଓର କ୍ୟାପସନରେ ଲେଖା ହୋଇଛି କି ମହାକୁମ୍ଭରେ ପହଞ୍ଚିବାର ଦୃଢ ଇଚ୍ଛାକୁ ଦେଖନ୍ତୁ କି , ଯୁବକମାନେ ୨୪୮ କିଲୋମିଟରର ଯାତ୍ରା ନାବରେ ଯିବାକୁ ସ୍ଥିର କଲେ। କେହି ଜଣେ ଭିଡ଼ିଓରେ କମେଣ୍ଟ କରିଛନ୍ତି କି ଯାତ୍ରା କେଉଁଠୁ ପ୍ରାରମ୍ଭ କଲେ ଭାଇ ସାହେବ। ଏହାର ଜବାବରେ ଲେଖା ଯାଇଛି କି ବକ୍ସରର କମରିଆ ଗାଁରୁ । ଭିଡ଼ିଓରେ ନଜର ଆସୁଛି କି ଚାରି ଜଣ ଲୋକ ନାଆରୁ ନଦୀରେ ଯାତ୍ରା କରୁଛନ୍ତି। ଏହି ନାଆରେ ଆବଶ୍ୟକୀୟ ଖୁବ୍ ଜିନିଷ ରଖା ଯାଇଛି। ଜଣେ ବ୍ୟକ୍ତି ବୋଟ୍‌ ଚଲାଇବା ପାଇଁ ମୋଟରକୁ କଣ୍ଟ୍ରୋଲ କରୁଛନ୍ତି। 

ଉକ୍ତ ଭିଡ଼ିଓରେ ଅନେକ ଲୋକ କମେଣ୍ଟସ କରିଛନ୍ତି। କିଛି ଲୋକ କହୁଛନ୍ତି କି ଏହି ଆଇଡିଆ ଆମର ମସ୍ତିଷ୍କକୁ କାହିଁକି ଆସିଲାନି। ସେପଟେ, କିଛି ଲୋକ ଏହି ବନ୍ଧୁଙ୍କ ସାହାସକୁ ଧନ୍ୟବାଦ ଦେଉଛନ୍ତି।  ଜଣେ ୟୁଜର ଲେଖିଛନ୍ତି କି ଲୋକେ ସଡ଼କ ମାର୍ଗରେ ଗଲେ , ଆକାଶ ମାର୍ଗରୁ ଗଲେ ଏବଂ ଆପଣ ମାନେ ଜଳମାର୍ଗ ବାଛି ନେଲେ।  କିଛି ଲୋକ ଭିଡ଼ିଓରେ କମେଣ୍ଟ ଏହି ଯାତ୍ରାକୁ ନେଇ ଅବିଶ୍ୱାସ ମଧ୍ୟ କରିଛନ୍ତି। 

କହି ରଖୁଛୁ କି ମହାକୁମ୍ଭ ୨୬ ଫେବ୍ରୁଆରୀ ଯାଏ ଚାଲିବ। ୨୬ ଫେବ୍ରୁଆରୀରେ ମହାଶିବରାତ୍ରୀରେ ସ୍ନାନ ସହ ହିଁ ମହାକୁମ୍ଭ ଶେଷ ହୋଇଯିବ। ଉଲ୍ଲେଖନୀୟ ଯେ, ଦେଶ ଓ ଦୁନିଆରୁ ବହୁ ସଂଖ୍ୟାରେ ଲୋକେ ମହାକୁମ୍ଭ ବେଳେ ସଙ୍ଗମରେ ବୁଡ଼ ଲଗାଇବା ପାଇଁ ପ୍ରୟାଗରାଜରେ ପହଞ୍ଚି ସାରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ମୁତାବିକ, ଏବେସୁଦ୍ଧା ପାଖାପାଖି ୫୧ କୋଟି ଲୋକ ସ୍ନାନ କରି ସାରିଲେଣି। ପ୍ରୟାଗରାଜକୁ ଅନେକ ରାସ୍ତାରେ ଖୁ୍ବ୍‌ ଭିଡ ଦେଖିବାକୁ ମିଳୁଛି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.