ଟାଙ୍ଗୀ,୧୮।୧୨  : ବନ ସୁରକ୍ଷା କର୍ମଚାରୀ ଙ୍କୁ କାଠ ଫାଳିଆରେ ମାଡ଼ । ଅଫିସ ପରିସର ମଧ୍ୟରେ ଗୋଡେଇ ଗୋଡେଇ ପିଟିଲେ କାଠ ଚୋର । ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାର ରଣ୍ଡା ଜଙ୍ଗଲ ବିଟ୍-ହାଉସ ମଧ୍ୟରେ ମାଡ ଖାଇଛନ୍ତି ବନ ସୁରକ୍ଷା କର୍ମଚାରୀ । ଆକ୍ରମଣରେ ବନ ସୁରକ୍ଷା କର୍ମଚାରୀ ଭବାନୀ ପ୍ରସାଦ ପଟ୍ଟନାୟକଙ୍କ ମୁଣ୍ଡ ଓ ହାତରେ ଲାଗିଛି ଆଘାତ ।

 ବନ ସୁରକ୍ଷା କର୍ମଚାରୀ ଭବାନୀ ପ୍ରସାଦ ପଟ୍ଟନାୟକ ରଣ୍ଡା ଜଙ୍ଗଲ ସୁରକ୍ଷା ଦାୟିତ୍ଵ ତୁଲାଉଛନ୍ତି । କାଠ ଚୋର ମାନଙ୍କର ଜଙ୍ଗଲ ମଧ୍ୟରେ   ବନ୍ୟଜନ୍ତୁ ଶିକାର ଓ କାଠ ଚୋରା କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିଲେ ବନ ସୁରକ୍ଷା କର୍ମଚାରୀ ଭବାନୀ ପ୍ରସାଦ ପଟ୍ଟନାୟକ । ତେଣୁ କାଠ ଚୋର ମାନଙ୍କର ଟାର୍ଗେଟରେ ବନ  ସୁରକ୍ଷା କର୍ମଚାରୀ ଭବାନୀ ପ୍ରସାଦ ପଟ୍ଟନାୟକ ଥିଲେ । ଆଜି ଅଫିସ ମଧ୍ୟରେ ଭବାନୀ ଏକାକୀ ଥିବାର ସୁଯୋଗ ଦେଖି ଅତର୍କିତ ଭାବେ କାଠ ଚୋରାମାନେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଏବେ ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି ବନ ସୁରକ୍ଷା କର୍ମଚାରୀ ଭବାନୀ ପ୍ରସାଦ ପଟ୍ଟନାୟକ   ।