ଭୁବନେଶ୍ବର,୨୯।୧୧ : ସରକାରୀ ଚାଉଳ ହେରଫେର ମାମଲାର ବିଚାର କରି ସୁନ୍ଦରଗଡ ସ୍ବତନ୍ତ୍ର ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩ ବର୍ଷ ଜେଲ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗୁରୁଣ୍ଡିଆ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟର ପୂର୍ବତନ ତଥା ମୁଖ୍ୟ କିରାଣୀ ବିହାରୀଲାଲ ତାଜନ।ସରକାରୀ ରେକର୍ଡ ହେରଫେର ଏବଂ ଚାଉଳ ଷ୍ଟକ୍ ରେଜିଷ୍ଟରକୁ ଜାଲିଆତି କରି ୧୦୯୪ କୁଇଣ୍ଟାଲରୁ ଅଧିକ ସରକାରୀ ଚାଉଳ ହେରଫେର କରାଯାଇଥିଲା। ଏ ନେଇ ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ଏହାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି।