ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ପୁଅ, ନାଁ ଦେଲେ ଅନାୟା

Published By : Ankita S | November 11, 2024 2:53 PM

ନୂଆଦିଲ୍ଲୀ ,୧୧/୧୧: ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ପୁଅ । ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ୟାନ ବାଙ୍ଗର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ହରମୋନ ଟ୍ରାନ୍ସଫରମେସନ କରି ପୁଅରୁ ଝିଅ ହୋଇଛନ୍ତି ଆର୍ୟାନ । ୧୦ମାସ ଧରି ଅସ୍ତ୍ରୋପ୍ରଚାର କରିବା ପରେ ଆର୍ୟାନରୁ ଅନାୟା ହୋଇଛନ୍ତି । ଏହି କାରଣ ପାଇଁ ହଠାତ୍ ସୋସିଆଲ ମିଡିଆର ସେନସେସନ ପାଲଟିଛନ୍ତି ସଞ୍ଜୟ ବାଙ୍ଗରଙ୍କ ପୁଅ ।

ଆର୍ୟାନ ବାଙ୍ଗରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ସେ ପୁଅରୁ ଝିଅ ହେବାର ଯାତ୍ରା ଭିଡିଓଟି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡିଓଟିକୁ ପୋଷ୍ଟ କରି ସେ ଲେଖିଛନ୍ତି ଏହି ପରିବର୍ତ୍ତନର ଯାତ୍ରା ମୋ ପାଇଁ ସହଜ ନଥିଲା । ବହୁତ କଷ୍ଟକର ଥିଲା । ପିଲାଦିନୁ କ୍ରିକେଟ ଖେଳିବା ମୋ ସ୍ବପ୍ନ । ମୋ ବାପାଙ୍କୁ କ୍ରିକେଟ ଖେଳିବା ଦେଖିଛି । ଏହି ଯାତ୍ରାରେ ମୋର ବଳିଦାନ ଓ ସମର୍ପଣ ଭାବ ରହିଛି । ସମାଲୋଚନାର ଶିକାର ହୋଇଛି  । ପ୍ରତି ଷ୍ଟେପରେ ମୋତେ ଷ୍ଟ୍ରେନ୍ଥ ଦରକାର ପଡିଛି ବୋଲି କ୍ୟାପ୍ସନ ଲେଖିଥିଲେ । ଖେଳ ବ୍ୟତୀତ ମୋର ଆଉ ଏକ ଯାତ୍ରା ରହିଥିଲା । ନିଜକୁ ନିଜେ ଆବିଷ୍କାର କରିବା । ଏ ନେଇ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି । ଗୋଟିଏ ଝିଅ ହୋଇ ବହୁତ ଖୁସି ଅନୁଭବ କରୁଛି ବୋଲି ପୋଷ୍ଟରେ କହିଛନ୍ତି ।

ସଞ୍ଜୟଙ୍କ ପରି  ଆର୍ୟାନ ବାଙ୍ଗର ମଧ୍ୟ ଜଣେ କ୍ରିକେଟର । ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ସ୍ଥାନୀୟ କ୍ରିକେଟ କ୍ଲବ ପାଇଁ ଖେଳୁଥିଲେ । ପୂର୍ବତନ ଭାରତୀୟ କ୍ରିକେଟ ସଞ୍ଜୟ ବାଙ୍ଗର ୨୦୧୪ରୁ ୨୦୧୮ ଯାଏ ଭାରତୀୟ ଦଳର ବ୍ୟାଟିଂ କୋଚ ଥିଲେ । ଏହା ସହିତ ୨୦୨୨ରେ ଆରସିବିର ମୁଖ୍ୟ କୋଚ ଥିଲେ । ଭାରତ ପାଇଁ ସଞ୍ଜୟ ବାଙ୍ଗର ୧୨ଟି ଟେଷ୍ଟ, ୧୫ ଦିନିକିଆ ଖେଳିଛନ୍ତି । ଯେଉଁଥିରେ ସେ ଯଥାକ୍ରମେ ୪୭୦ ଏବଂ ୧୮୦ରନ କରିଛନ୍ତି ।








 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.