ମୁମ୍ବାଇ,୧୭/୨ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବି ଇମରାନ ଖାନଙ୍କ ସପୋର୍ଟରେ ବାହାରିଛନ୍ତି । ଇମରାନ ଖାନ ଭ୍ରଷ୍ଟାଚାର ଏବଂ କେତେକ ଅନ୍ୟ ଅଭିଯୋଗରେ ଜେଲରେ ସଜ୍ଜା କାଟୁଛନ୍ତି । ଗତ କିଛି ଦିନରୁ ଏଭଳି ଖବର ସାମ୍ନାକୁ ଆସୁଛି କି ଜେଲରେ ଇମରାନ ଖାନଙ୍କ ସହ ଭଲ ବ୍ୟବହାର ହେଉନାହିଁ, ଫଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହା ମଧ୍ୟରେ ସୌରଭ ଗାଙ୍ଗୁଲୀ କହିଛନ୍ତି କି ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମରାନ ଖାନଙ୍କ ଧ୍ୟାନ ରଖିବା ଆବଶ୍ୟକ ଏବଂ ତାଙ୍କୁ ପର୍ଯ୍ୟାପ୍ତ ସମ୍ମାନ ବି ମିଳିବା ଆବଶ୍ୟକ ।

ନିକଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଟିମର ୧୪ପୂର୍ବତନ ଅଧିନାୟକ ପାକସ୍ତାନ ସରକାରଙ୍କୁ ଚିଠି ଲେଖି ଆଗ୍ରହ ପ୍ରକାଶ କରିଛନ୍ତି କି ଜେଲରେ ଇମରାନଙ୍କ ସହ ଭଲ ବ୍ୟବହାର କରାଯାଉ ଏବଂ ତାଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଉଛି । ଏହାପରେ ଏବେ ସୌରଭ ଗାଙ୍ଗୁଲୀଙ୍କ ପ୍ରତିକ୍ରିୟା ବି ସାମ୍ନାକୁ ଆସିଛି ।