ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ବଦାୱିଙ୍କ ପରଲୋକ

Published By : Tapas Panda | April 14, 2025 8:48 PM

Image Courtesy: latestly

ନୂଆଦିଲ୍ଲୀ: ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଅହମଦ ବଦାୱିଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଛି। ଅବଦୁଲ୍ଲା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କ୍ୱାଲାଲମ୍ପୁରର ଏକ ହସ୍ପିଟାଲ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛି । ଅବଦୁଲ୍ଲାଙ୍କୁ ୨୦୨୪ ଏପ୍ରିଲ ୨୫ରେ ନ୍ୟାସନାଲ ହାର୍ଟ ଇନଷ୍ଟିଚ୍ୟୁଟର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ଅବଦୁଲ୍ଲା ନ୍ୟୁମୋଥୋରାକ୍ସ ନାମକ ଏକ ରୋଗରେ ପୀଡିତ ଥିଲେ।

"ପାକ୍ ଲାହ" ନାମରେ ଜଣାଶୁଣା ଅବଦୁଲ୍ଲାଙ୍କୁ ରବିବାର ଦିନ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ କୁଆଲାଲମ୍ପୁରର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାର୍ଟରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ହୃଦରୋଗ ବିଶେଷଜ୍ଞଙ୍କ ଏକ ଦଳ ତାଙ୍କୁ ନଜରରେ ରଖିଥିଲେ। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ, ସୋମବାର ସନ୍ଧ୍ୟା ୭:୧୦ ରେ ତାଙ୍କର ଦେହାନ୍ତ ହୋଇଛି ।  ବରିଷ୍ଠ ନେତା ମହାଥିର ମହମ୍ମଦଙ୍କ ଇସ୍ତଫା ପରେ ଅବଦୁଲ୍ଲା ୨୦୦୩ ମସିହାରେ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଅବଦୁଲ୍ଲା ଅହମଦ ବଦାୱିଙ୍କ ପିତା ମାଲେସିଆର ଶାସକ ନ୍ୟାସନାଲ ଫ୍ରଣ୍ଟ ମେଣ୍ଟର ସବୁଠାରୁ ପ୍ରଭାବଶାଳୀ ଦଳ ୟୁନାଇଟେଡ୍ ମାଲେସ୍ ନ୍ୟାସନାଲ୍ ଅର୍ଗାନାଇଜେସନ୍ (UMNO)ର ପ୍ରତିଷ୍ଠାତା ସଦସ୍ୟ ଥିଲେ । ବାଦାୱି ମାଲେସିଆର ପେନାଙ୍ଗ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଏବଂ ଇସଲାମରେ ଡିଗ୍ରୀ ହାସଲ କରିଥିଲେ। ୧୯୭୮ ମସିହାରେ ତାଙ୍କ ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ପ୍ରଶାସନିକ ସେବା ସହିତ ଜଡିତ ଥିଲେ। ଏହା ପରେ ସେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କୁ ୧୯୯୮ ମସିହାରେ ଉପପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.