ମାଲକାନଗିରି, ୧୨/୧୧ (ଆପ୍ର ) : ନୂଆପଡା ଉପ ନିର୍ବାଚନ ନିମନ୍ତେ ବିଜେଡି ପ୍ରଚାର ପାଇଁ ଯାଇଥିଲେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମି । ମଙ୍ଗଳବାର ନିର୍ବାଚନ ଶେଷ ହୋଇଛି। ଯେଉଁ ମାନେ ପ୍ରଚାର ରେ ଯାଇଥିଲେ ସମସ୍ତେ ନିଜ ନିଜ ଘରକୁ ଫେରି ଆସିଛନ୍ତି।

ଶ୍ରୀ ମାଡକାମି ମାଲକାନଗିରିକୁ ଫେରି ଆସି ନିଜ ଗାଁ ଡଙ୍ଗସ ଖାଲକୁ ଯାଇ ଆଜି ଠାରୁ ଜମିରୁ ଧାନ କଟା ଆରମ୍ଭ କରିଦେଇଛନ୍ତି। ସେ ଜଣେ ଉଚ୍ଚ ଶକ୍ଷିତ । କୋୟା ଆଦିବାସୀ ସମ୍ପରଦାୟର ଯୁବକ। ସେ ପୂର୍ବରୁ ବ୍ଲକ ଚେୟାରମ୍ୟାନ ପରେ ବିଜେଡି ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ନିଜର କୌଳିକ ବୃତ୍ତି ଚାଷ କାମକୁ ଛାଡ଼ିନାହାନ୍ତି। ଏମିତି କି ନିଜ ଗାଁ ରେ କୁକୁଡ଼ା ଫାର୍ମ, ମାଛ ପୋଖରୀ ସହିତ ଧାନ, ପନିପରିବା ଚାଷ କରନ୍ତି। ନିଜେ ସବୁ କାମ କରିବାକୁ ଭଲ ପାଆନ୍ତି ବୋଲି ସେ କହିଛନ୍ତି। ପୂର୍ବତନ ବିଧାୟକ ଓ ଵର୍ତମାନ ବିଜେଡି ଜିଲ୍ଲା ସଭାପତି ଥିଲେ ମଧ୍ୟ ଅନ୍ୟ ଚାଷୀ ମାନଙ୍କ ପରି ନିଜ ଜମିରେ ହଳ ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।