ଭୁବନେଶ୍ବର,୬।୧୧ : ବରୀର ପୂର୍ବତନ ବିଧାୟିକ ସୁନନ୍ଦା ଦାସ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ସୁନନ୍ଦାଙ୍କ ସହ ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ସୁନଦା ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦଳରେ ଅବହେଳା କରାଯାଉଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଥିଲେ। ୨୦୧୯ରେ ବରୀରୁ ବିଜେଡି ଟିକେଟ୍ ପାଇ ସୁନନ୍ଦା ବିଧାୟକ ହୋଇଥିଲେ। ତେବେ ୨୦୨୪ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବରୀ ଆସନରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିଲା।