ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପହଲଗାମ୍‌ ଆକ୍ରମଣରେ ସମ୍ପୃକ୍ତ ପାକ୍‌ର ପୂର୍ବତନ ଏସ୍‌ଏସ୍‌ଜି କମାଣ୍ଡୋ ମୁସା

Published By : Rasmita Pradhan | April 30, 2025 9:49 AM

ନୂଆଦିଲ୍ଲୀ, ୩୦/୦୪ : ପହଲଗାମ୍‌ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ଜଣେ ପୂର୍ବତନ ସ୍ପେଶାଲ ସର୍ଭିସ୍‌ ଗ୍ରୁପ୍‌(ଏସ୍‌ଏସ୍‌ଜି) କମାଣ୍ଡୋ ହାଶିମ ମୁସା ସଂପୃକ୍ତ ଥିବା ତଦନ୍ତରୁ ଜଣାପଡି଼ଛି । ମୁସା ଏବେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଲସ୍କର-ଇ-ତଇବାର ସକ୍ରିୟ ସଦସ୍ୟ । ଅଣ ସ୍ଥାନୀୟ ସାଧାରଣ ନାଗରିକ ଓ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇ ହ୍ୟାଣ୍ଡଲରମାନେ ତାକୁ କାଶ୍ମୀର ପଠାଇଥିଲେ । ଏସ୍‌ଏସ୍‌ଜି ପକ୍ଷରୁ ତାକୁ ଉଧାରରେ ଲସ୍କରକୁ ଦିଆଯାଇଥିବା ବି କୁହାଯାଉଛି । 

ଆକ୍ରମଣର ତଦନ୍ତ କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, କାଶ୍ମୀରର ୧୫ଜଣ ଓଭରଗ୍ରାଉଣ୍ଡ ୱାର୍କର(ଓଜିଡବ୍ଲ୍ୟୁ)ଙ୍କୁ ଜେରା କରାଯିବା ପରେ ପାକ୍‌ ସେନାରେ ମୁସାର ପୃଷ୍ଠଭୂମି ସ୍ପଷ୍ଟ ହୋଇଛି । ଏହି ଓଜିଡବ୍ଲ୍ୟୁମାନଙ୍କୁ ଆକ୍ରମଣ ଲାଗି ବଡ଼ ସନ୍ଦିଗ୍ଧ ଭାବେ ଦେଖାଯାଉଛି । ସେମାନେ ପାକିସ୍ତାନୀ ଆକ୍ରମଣକାରୀଙ୍କ ଲାଗି ଲଜିଷ୍ଟିକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଡ଼ କରି ଦେଇଥିଲେ । ମୁସାର ଏହି ସାମରିକ ପୃଷ୍ଠଭୂମି ପହଲଗାମ୍‌ ଆକ୍ରମଣରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସଂପୃକ୍ତ ଥିବାର ବି ପ୍ରମାଣ । ଅଦ୍ୟାବଧି ତଦନ୍ତରୁ ପହଲଗାମ୍‌ ଆକ୍ରମଣରେ ୨ଜଣ ପାକିସ୍ତାନୀ ନାଗରିକ ହାଶିମ ମୁସା - ଅଲୀ ଭାଇ ଏବଂ ସ୍ଥାନୀୟ ବାସିନ୍ଦା ଆଦିଲ ଥୋକର ଓ ଆସିଫ୍‌ ଶୈଖ ସାମିଲ ଥିବା ସାମ୍ନାକୁ ଆସିଛି । ଓଜିଡବ୍ଲ୍ୟୁଙ୍କୁ ଜେରା କରାଯିବା ପରେ ଆଉ ଅଧିକ ପାକିସ୍ତାନୀ ଆତଙ୍କୀ ଏଥିରେ ସାମିଲ ଥିବା ନେଇ ଆଶଙ୍କା କରାଯାଉଛି । ଇତିମଧ୍ୟରେ ବୈସରନ୍‌ ଅଞ୍ଚଳରେ କମ୍ବିଂ ଅପରସେନ୍‌ ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.