ନୂଆଦିଲ୍ଲୀ,୨୯/୦୩; ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ପାକିସ୍ତାନ ପାଇଁ ଦୁଃଖଦ ଖବର ଆସିଛି । ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବତନ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କର ୬୫ ବର୍ଷ ବୟସରେ ପରଲୋକ ହୋଇଛି । ବାର୍ଥରୁମରେ ପଡିଯିବାକୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ ଗତମାସରେ ରାୱଲପିଣ୍ଡିର ସାମରିକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫେବୃଆରୀ ୨୬ରେ ତାଙ୍କ ଘରର ବାଥରୁମ୍ରେ ଖସିଯିବାରୁ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ପରେ ସେ ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁରେ) ଥିଲେ ।
ଅସ୍ତ୍ରୋପଚାର ସଫଳ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥାରେ କିପରି ଉନ୍ନତି ହେବ ତାହା ଉପରେ ନଜର ରଖାଯାଇଥିଲା । ଆଘାତର ଗମ୍ଭୀରତା ଯୋଗୁଁ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିଥିଲେ । ହେଲେ ଶନିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାଜୱା ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ୧୦ମ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ଅବସର ପରେ ମଧ୍ୟ ସେ ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇ ରହିଥିଲେ ।
ଏହା ବି ପଢନ୍ତୁ...ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବିକ୍ଷୋଭ, 'ନୋ କିଙ୍ଗ୍ସ' ନାଁରେ ବିଶାଳ ରାଲି
୨୦୨୨ ଶେଷ ଆଡ଼କୁ ଅବସର ନେଇଥିଲେ କମର ଜାଭେଦ ବାଜୱା । ସାର୍ବଜନିକ କାର୍ଯ୍ୟକ୍ରମରୁ ଦୂରରେ ଥିଲେ ବି ପାକିସ୍ତାନରେ ତାଙ୍କର ପ୍ରଭାବ ରହିଥିବା କୁହାଯାଏ । ପୂର୍ବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସବ ବିବାଦକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ ବାଜୱା । ପ୍ରଥମେ ଦୁହିଁଙ୍କ ସମ୍ପର୍କ ଭଲ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥିତି ବିଗିଡିଥିଲା । ୨୦୧୮ରେ ଯେବେ ଇମରାନ ଖାନ ପ୍ରଧାନମନ୍ତ୍ରୀ ହେଲେ କୁହାଯାଉଥିଲା କି, ସରକାର ଏବଂ ସେନା ଦୁହେଁ ଶକ୍ତିଶାଳୀ କହୁଥିଲେ । ବାଜୱାଙ୍କ ନେତୃତ୍ୱରେ ଇମରାନ ସରକାରଙ୍କୁ ସମର୍ଥନ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ତାଳମେଳ ଠିକ୍ ଥିଲା । ୨୦୨୧ରେ ଆଇଏସଆଇ ପ୍ରମୁଖ ନିଯୁକ୍ତିକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସେନା ଚାହୁଁଥିଲା ନଦିମଙ୍କୁ ଆଇଏସଆଇ ଚିଫ୍ କରାଯାଉ ହେଲେ ଏହାକୁ ବିରୋଧ କରୁଥିଲେ ଇମରାନ ଖାନ ।