ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ହରିଆଣାରେ ଆଇସ୍‌କ୍ରିମ୍‌ ବିକୁଛନ୍ତି ପୂର୍ବତନ ପାକ୍‌ ସାଂସଦ, ୨୫ ବର୍ଷ ତଳେ ପର୍ଯ୍ୟଟନ ଭିସାରେ ଆସିଥିଲେ ଭାରତ

Published By : Prameya | April 30, 2025 8:49 AM

ନୂଆଦିଲ୍ଲୀ ୩୦/୦୪: ପାକିସ୍ତାନରେ ବେନଜୀର ଭୁଟ୍ଟୋଙ୍କ ସରକାରରେ ସାଂସଦ ଥିବା ଦିବାୟା ରାମ ହରିଆଣାର ଫତେହାବାଦରେ ଆଇସ୍‌କ୍ରିମ୍‌ ବିକ୍ରି କରୁଛନ୍ତି । ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରରେ ବ୍ୟଥିତ ହୋଇ ତାଙ୍କ ପରିବାର ୨୫ ବର୍ଷ ତଳେ ପର୍ଯ୍ୟଟନ ଭିସାରେ ପାକିସ୍ତାନରୁ ଭାରତ ଚାଲିଆସିଥିଲା । ଦିବାୟା ରାମଙ୍କ ପରିବାରରେ ଏବେ ୩୦ ସଦସ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨ ମହିଳାଙ୍କ ସମେତ ୬ ଜଣଙ୍କୁ ଭାରତର ନାଗରିକତା ମିଳିସାରିଛି । ଅନ୍ୟମାନେ ନାଗରିକତା ପାଇଁ ଆବେଦନ କରିଛନ୍ତି । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ୮୦ ବର୍ଷୀୟ ଦିବାୟା ରାମ କହିଛନ୍ତି ‘ଆମେ ଭାରତରେ ରହି ବାକି ଜୀବନ ବିତାଇବାକୁ ଚାହୁଁଛୁ । ଯଦି ପାକିସ୍ତାନ ବିରୋଧରେ ଲଢ଼ିବାକୁ ମଉକା ମିଳିବ, ତେବେ ସର୍ବପ୍ରଥମେ ମୁଁ ଅସ୍ତ୍ର ଉଠାଇବି ।’ 

ଫତେହାବାଦ ଏସ୍‌ପି ସିଦ୍ଧାର୍ଥ ଜୈନ କହିଛନ୍ତି, ଜିଲ୍ଲାରେ କିଛି ଲୋକ ପାକିସ୍ତାନରୁ ଆସି ରହୁଛନ୍ତି । ନାଗରିକତା ସଂଶୋଧନ ଆଇନ ଆସିବା ପରେ ଭାରତର ନାଗରିକତା ପାଇଁ ସେମାନେ ଆବେଦନ କରିଛନ୍ତି । ଆବେଦନଗୁଡ଼ିକର ଯାଞ୍ଚ୍‌ ଚାଲିଛି । ନିୟମ ଅନ୍ତର୍ଗତ ଏବେ କାହାକୁ ପାକିସ୍ତାନ ପଠାଯିବ ନାହିଁ । ଦିବାୟା ରାମ କହିଛନ୍ତି, ପାକ୍‌ ସଂସଦରେ ଅଳ୍ପସଂଖ୍ୟକଙ୍କ ପାଇଁ କିଛି ପଦ ଆରକ୍ଷିତ ଥାଏ । ସେଥିପାଇଁ ୧୯୮୯ରେ ତାଙ୍କୁ ସାଂସଦ କରାଯାଇଥିଲା । କିନ୍ତୁ ସାଂସଦ ହେବା ପରେ ସେଠାକାର ଗୁଣ୍ଡାମାନେ ଜଣେ ଝିଅକୁ ଉଠାଇନେଲେ । ସରକାରରେ ଥାଇ ମଧ୍ୟ ସେ କିଛି କରିପାରିଲେ ନାହିଁ । ଏହି ଘଟଣାରେ ବ୍ୟଥିତ ହୋଇ କିଛି ଦିନ ମଧ୍ୟରେ ସେ ନିଜ ପଦରୁ ଇସ୍ତଫା ଦେଲେ । ପାକିସ୍ତାନରେ ପ୍ରତିଦିନ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ବଢୁଥିଲା । ଏହି ସ୍ଥିତିରେ ଦିବାୟା ରାମ ୨୦୦୦ ମସିହାରେ ପରିବାର ସହ ଭାରତରେ ରହିବାକୁ ନିଷ୍ପତ୍ତି ନେଲେ । 

ଭାରତ ଆସିବା ବେଳେ ତାଙ୍କ ପାଖରେ କେବଳ ଗୋଟିଏ ମାସର ଭିସା ଥିଲା । ୨୦୧୮ ପର୍ଯ୍ୟନ୍ତ ସେ ପରିବାରର ଭିସା ବଢ଼ାଇଲେ । ଭାରତ ଆସିବା ସମୟରେ ତାଙ୍କ ସହ ପରିବାରର ୧୩ ଜଣ ସାଙ୍ଗରେ ଆସିଥିଲେ । ଏବେ ତାଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ବଢ଼ି ୩୦ ହୋଇଛି । ପ୍ରଥମେ ସେମାନେ ରୋହତକର ମଦୀନା ଗାଁରେ ରହିଲେ । ତା’ପରେ ୨୦୦୮ରେ ରତିୟାର ରତନଗଡ଼ରେ ସ୍ଥାୟୀ ଭାବେ ରହିଲେ । ଇତିମଧ୍ୟରେ ସେ ୩ ଝିଅ ଓ ୮ ପୁଅଙ୍କ ବିବାହ କରାଇଛନ୍ତି । ଦିବାୟା ରାମ କହନ୍ତି, ତାଙ୍କ ଜେଜେଙ୍କର ପାକିସ୍ତାନରେ ଏବେ ବି ୨୫ ଏକର ଜମି ଅଛି । ଭାରତରେ ରହୁଥିବାରୁ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଓ ଅନ୍ୟ ପ୍ରମାଣ ପତ୍ର ଭାରତର ହୋଇସାରିଛି । ଖୁବ୍‌ଶୀଘ୍ର ତାଙ୍କୁ ଭାରତର ନାଗରିକତା ମିଳିବ ବୋଲି ସେ ଆଶା କରୁଛନ୍ତି । ତାଙ୍କ ଚାଚା ପୁଅ ମଧ୍ୟ ପରିବାର ସହ ୨୦୦୬ ମସିହାରେ ପାକିସ୍ତାନରୁ ରତିୟା ଚାଲିଆସିଥିଲେ । ତାଙ୍କ ପରିବାରର ୬ ସଦସ୍ୟଙ୍କୁ ଭାରତୀୟ ନାଗରିକତା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.