ୱାଶିଂଟନ୍‌,୦୨/୦୮: ଆମେରିକାର  ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ନେତ୍ରୀ କମଲା ହାରିସ୍‌  ରାଜନୀତି ଛାଡ଼ିବାକୁ ଘୋଷଣା କରିଛନ୍ତି ।  ‘ଦ ଲେଟ୍‌ ଶୋ ୱିଥ୍‌ ଷ୍ଟିଫେ୍‌ନ କୋଲବର୍ଟ’ଙ୍କୁ  ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ  ଏବେ କୌଣସି ରାଜନୈତିକ ପଦବୀ ପାଇଁ ନିର୍ବାଚନ ଲଢ଼ିବେନି । ସେଥିରେ  କାଲିଫର୍ଣ୍ଣିଆ ଗଭର୍ନର ପଦ ମଧ୍ୟ ରହିଛି । 

କାଲିଫର୍ଣ୍ଣିଆରୁ ଗର୍ଭନର ରହିସାରିଥିବା ହାରିସ୍‌ କହିଛନ୍ତି, ‘ଆମେରିକାର ରାଜନୈତିକ ବ୍ୟବସ୍ଥା ନଷ୍ଟ ହୋଇଯାଇଛି । ମୁଁ ଗଣତାନ୍ତ୍ରିକ ମୂଲ୍ୟର ରକ୍ଷା ଲାଗି ସକ୍ଷମ ନୁହେଁ । ପୂରା କ୍ୟାରିୟରରେ ଦେଶର ସେବା କରିଛି । ଗର୍ଭନର ହେବା ବାବଦରେ ମଧ୍ୟ ବହୁତ ଭାବିଛି । ନିଜ ରାଜ୍ୟ କାଲିଫର୍ଣ୍ଣିଆକୁ ବହୁତ ଭଲପାଏ ।  କିନ୍ତୁ ମୋତେ ଲାଗୁଛି ଯେ ସିଷ୍ଟମରେ ପରିବର୍ତ୍ତନ ଆଣିବା ଲାଗି ମୋ ପାଖରେ ପର୍ଯ୍ୟାପ୍ତ କ୍ଷମତା ନାହିଁ । ସବୁବେଳେ ଭାବେ ଯେ ଆମ ଗଣତନ୍ତ୍ର କୋମଳ ହେଲେ ବି  ଆମ ସିଷ୍ଟମ ଆମ ମୂଳ ସିଦ୍ଧାନ୍ତର ରକ୍ଷା  ଲାଗି ପର୍ଯ୍ୟାପ୍ତ । କିନ୍ତୁ ଏବେ ଆଉ ତାହା  ଅନୁଭୂତ ହେଉନି । ଆମ ବ୍ୟବସ୍ଥା ଭାଙ୍ଗି  ସାରିଛି । କିନ୍ତୁ ପରିବର୍ତ୍ତନ ପାଇଁ ସର୍ବଦା  ଲଢ଼େଇ ଜାରି ରଖିବି ।