ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚନ୍ଦାହାଣ୍ଡି ଜେଏମଏଫସି କୋର୍ଟ କୋଠାର ଶିଳାନ୍ୟାସ

Published By : Suraj Kumar | January 6, 2025 8:50 PM

ଚନ୍ଦାହାଣ୍ଡି,୬।୧ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକସ୍ଥିତ ସେମଲାଗୁଡା ଛକ ଠାରେ ନିର୍ମାଣ ହେବାକୁ ଥିବା ଜେଏମଏଫସି କୋର୍ଟର ନୂତନ କୋଠାର ଶିଳାନ୍ୟାସ ଅନୁଷ୍ଠିତ ହୋଇଛି । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରିପତି ଜଷ୍ଟିସ  ଚକ୍ରଧାରୀ ଶରଣ ସିଂ, ଜଷ୍ଟିସ ଏସ କେ ସାହୁ, ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଆଭାସି ମାଧ୍ୟମରେ ନୂତନ କୋଠା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ରେ ଯୋଗ ଦେଇଥିବା ବେଳେ  ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଜରିନ୍ ଖାନ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ସମ୍ମାନିତ ଅତିଥିଭାବେ ଚନ୍ଦାହାଣ୍ଡି ବିଡ଼ିଓ ରାମକୃଷ୍ଣ ନାୟକ, ତହସିଲଦାର ସହଦେଵ କୁଟ୍ରୁକା ଉପସ୍ଥିତ ଥିଲେ ।

 ପ୍ରକାଶ ଥାଉକି ୨୦୧୯ ମସିହା ଜାନୁୟାରୀ ୫ ତାରିଖରେ ଚନ୍ଦାହାଣ୍ଡି ଠାରେ ଜେଏମଏଫସି କୋର୍ଟର ଶୁଭାରମ୍ଭ ହୋଇଥିଲା।  ଚନ୍ଦାହାଣ୍ଡି ବ୍ଲକ ମହକୁମାସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କୋର୍ଟ କାର୍ଯ୍ୟ ଚାଲୁରହିଛି । ନୂତନ କୋର୍ଟ କୋଠା ନିର୍ମାଣ ହେଲେ ଓକିଲ ଓ ମହକିଲ ସମସ୍ତ ଙ୍କ ନିମନ୍ତେ ସୁବିଧା ହେବ ବୋଲି ଅତିଥି ମାନେ କହିଥିଲେ । ଏହି କୋଠା ନିର୍ମାଣ କାର୍ଯ୍ୟ  ୩ କୋଟି ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହେଉଛି । ଏହି କାର୍ଯ୍ୟକ୍ରମରେ  ଓକିଲ ମହମ୍ମଦ ହୁସେନ,ଜୟଦେବ ଖମାରୀ, ହୁମେଶ୍ୱର ହଂସ, କ୍ଷେମରାଜ ବାଘ,ଭୀଷ୍ମ ସୁନାନୀ, ହିରାଧର ମାଳି, ଶ୍ୟାମ ସୁନ୍ଦର ହରିଜନ ,କୋର୍ଟ କର୍ମଚାରୀ କେଦାର ଗୈାରୀ ପାଂଜିଆ, କେଶରୀ ପ୍ରସାଦ ମନହିରା ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.