ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିସ୍ଫୋରକ ଜବତ, ୪ ମାଓବାଦୀ ଗିରଫ

Published By : Suraj Kumar | March 1, 2025 11:10 PM

ମାଲକାନଗିରି,୧।୩  : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲା ସୁରକ୍ଷାବାହିନୀ ତଲାସି ବେଳେ ୪ ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ତାଙ୍କ ନିକଟରୁ ୧୫ଟି ଜିଲାଟିନ୍ ରଡ୍, ୨ ଟି ବୈଦ୍ୟୁତିକ ଡେଟୋନେଟର, ୮ ଟି ଅଣ-ବୈଦ୍ୟୁତିକ ଡେଟୋନେଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁଯାୟୀ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଚିନ୍ତଲନାର ପୋଲିସ ଏବଂ ସିଆରପିଏଫ ୭୪ ବାଟାଲିୟନର ଏକ ମିଳିତ ଦଳ ସର୍ଚ୍ଚ ଅପରେସନରେ ପାଇଁ ରାଭଗୁଡ଼ା ଗ୍ରାମ ଆଖପାଖ ଅଞ୍ଚଳକୁ ବାହାରିଥିଲେ। ଅଭିଯାନ ବେଳେ ରାଭଗୁଡ଼ା ଜଙ୍ଗଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ପୋଲିସ ଦଳକୁ ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ସନ୍ଦିଗ୍ଧ ଚାରି ବ୍ୟକ୍ତିଙ୍କୁ ଯବାନମାନେ ଘେରି କାବୁ କରି ପଚରାଉଚରା କରିବା ପରେ ସେମାନେ ସମସ୍ତେ ମାଓବାଦୀ ବୋଲି ସ୍ଵୀକାର କରିବା ଜଙ୍ଗଲ ମଧ୍ୟରେ ବୋମା ଖଞ୍ଜିବାକୁ ଆସିଥିବା ସ୍ଵୀକାର କରିଥିଲେ। ତେବେ ଯବାନ ମାନେ ସେମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୫ଟି ଜିଲାଟିନ୍ ରଡ୍, ୨ ଟି ବୈଦ୍ୟୁତିକ ଡେଟୋନେଟର, ୮ ଟି ଅଣ-ବୈଦ୍ୟୁତିକ ଡେଟୋନେଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.