ପ୍ରମୂଖ ଖବର
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ନାସାର ସ୍ପେସଏକ୍ସ କ୍ରିଉ-୧୦ ମିଶନ କ’ଣ ? ୫ ମାସର ISS ମିଶନ ପରେ ପ୍ରଶାନ୍ତ ମହାସାଗରରେ ଅବତରଣ କଲେ ୪ ମହାକାଶଚାରୀ

Published By : Swapna Ray | August 11, 2025 12:42 PM

ନୂଆଦିଲ୍ଲୀ, ୧୧।୮: ୨୦୨୫ ମାର୍ଚ୍ଚରେ ISSରେ ଫସି ରହିଥିଲେ ବୋଇଂର ଷ୍ଟାରଲାଇନରର ମହାକାଶଚାରୀ । ୫ ମାସର ISS ମିଶନ ପରେ ଶନିବାର ୪ ମହାକାଶଚାରୀ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲେ । ମିଶନରେ ସାମିଲ ଥିଲେ ନାସାର ମହାକାଶଚାରୀ, ଆନ୍ ମ୍ୟାକକ୍ଲେନ୍ ଏବଂ ନିକୋଲ୍ ଆୟର୍ସ, ଜାପାନର ଟାକୁୟା ଓନିଶି ଏବଂ ରୁଷିଆର କିରିଲ୍ ପେସ୍କୋଭ୍ । ସକାଳ ୧୧:୩୩ ମିନିଟ୍‌ରେ ଏକ ସ୍ପେସ୍ଏକ୍ସ କ୍ୟାପସୁଲ୍ ଯୋଗେ ଦକ୍ଷିଣ କାଲିଫର୍ଣ୍ଣିଆର ସାନ ଡିଏଗୋ ଉପକୂଳରେ ପ୍ରଶାନ୍ତ ମହାସାଗରରେ ୪ ମହାକାଶଚାରୀ ଅବତରଣ କରିଥିଲେ ।

ଏହି ମିଶନ୍ ୫୦ ବର୍ଷ ମଧ୍ୟରେ ନାସାର ପ୍ରଥମ ପ୍ରଶାନ୍ତ ମହାସାଗରୀୟ ସ୍ପାଲ୍ସଡାଉନ୍ ଏବଂ ସ୍ପେସ୍‌ଏକ୍ସର ତୃତୀୟ ଯାତ୍ରା ଥିଲା । ଯେଉଁଥିରେ ମହାକାଶଚାରୀ ଥିଲେ । ଶେଷ ଥର ପାଇଁ ୧୯୭୫ ମସିହାରେ ଆପୋଲୋ-ସୋୟୁଜ୍ ମିଶନ୍ ସମୟରେ ନାସାର ମହାକାଶଚାରୀମାନେ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲେ, ଯାହା ଯୁକ୍ତରାଷ୍ଟ୍ର ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ପ୍ରଥମ ମିଳିତ ମହାକାଶ ଉଡ଼ାଣ ଥିଲା । ନାସାର କାର୍ଯ୍ୟକାରୀ ପ୍ରଶାସକ ସିଆନ୍ ଡଫି କହିଛନ୍ତି, “କ୍ରିଉ-୧୦ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀକୁ ଫେରି ଆସିଛି, ଆଉ ଏକ ସଫଳ ଉଡ଼ାଣ ଶେଷ ହୋଇଛି ।’ ଆମର କ୍ରିଉ ମିଶନଗୁଡ଼ିକ ଦୀର୍ଘକାଳୀନ, ମାନବୀୟ ଅନୁସନ୍ଧାନ । ଯାହା ସମ୍ଭବ ତା’ ଉପରେ ଆହୁରି ଗବେଷଣା ଜାରି ରଖେ । ଆଗକୁ ମଣିଷ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ତିଷ୍ଠିବା ଉପରେ ନାସା ଅନୁସନ୍ଧାନ ଚଳାଇଛି ।”

ନାସାର ସ୍ପେସ୍ ଏକ୍ସ କ୍ରିଉ-୧୦ ମିଶନ କ’ଣ ?

ସ୍ପେସଏକ୍ସ କ୍ରିଉ-୧୦ ହେଉଛି ବାଣିଜ୍ୟିକ କ୍ରିଉ କାର୍ଯ୍ୟକ୍ରମ ଅନ୍ତର୍ଗତ ନାସାର ୧୦ମ କ୍ରିଉ ରୋଟେସନ୍ ମିଶନ ଏବଂ ମହାକାଶଚାରୀମାନଙ୍କ ସହିତ ଏହାର ୧୧ତମ ଉଡ଼ାଣ । ଯେଉଁଥିରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଡେମୋ-୨ ପରୀକ୍ଷଣ ଉଡ଼ାଣ ମଧ୍ୟ ଅନ୍ତର୍ଭୁକ୍ତ । ମିଶନ ସମୟରେ, ଚାରି ଜଣ କ୍ରିଉ ସଦସ୍ୟଙ୍କୁ ସାମିଲ କରାଯାଇଥିଲା ଏବଂ ୨୪ ମାର୍ଚ୍ଚ, ୨୦୨୫ରେ ଫ୍ଲୋରିଡାର ନାସାର କେନେଡ଼ି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ ‘୩୯ ଏ’ ରୁ ସେମାନଙ୍କୁ ଉତକ୍ଷେପଣ କରାଯାଇଥିଲା । କ୍ରିଉ-୧୦ର, ୫ ମାସର ମିଶନରେ ୨୦୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରାଯାଇଥିଲା । ଯାହା ସାମଗ୍ରୀର ଜ୍ୱଳନଶୀଳତା ପରୀକ୍ଷା ଏବଂ ଚନ୍ଦ୍ର ନାଭିଗେସନ୍ ପରୀକ୍ଷଣଠାରୁ ଆରମ୍ଭ କରି ମହାକାଶ ଉଡ଼ାଣ ଉପରେ ନଜର ରଖିବା ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.