ପାରାଦୀପ,୧୩/୨ : ବୃନ୍ଦାବନ କଲୋନୀରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ବଖରା ଘର ସହ ଆସବାବପତ୍ର । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ି ନ ଥିଲେ ମଧ୍ୟ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବରପାଇ ବନ୍ଦର ସିଆଇଏସଏଫ ଅଗ୍ନିଶମ ବିଭାଗ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଛନ୍ତି। ବୃନ୍ଦାବନ କଲୋନୀର ୪ନମ୍ବର ଗଳିରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଏଥିରେ ଅଶୋକ ସ୍ବାଇଁ ଓ ବାବୁଲି ସ୍ବାଇଁଙ୍କ ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।