ପାଟଣାଗଡ଼,୧୭।୬: ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପଥରଚେପା ପଡ଼ିଆରେ ହେବାକୁ ଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ । ଚାଷୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନା ଏବଂ ଉପଲବ୍ଧି ସମ୍ପର୍କରେ କହିବେ । ଏହାଛଡ଼ା ଜିଲ୍ଲାକୁ ବଡ଼ ଭେଟି ମିଳିପାରେ ବୋଲି ଆଶା କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବେଳେ କିଛି ଅପ୍ରୀତିକର ପରିସ୍ଥିତି ଯେଭଳି ନଘଟେ ସେଥିଲାଗି ଚାରି ଜଣ କୋଶଳ ସଂଗ୍ରାମୀଙ୍କୁ ବେଲପଡ଼ା ପୁଲିସ୍ ଅଟକ ରଖିଛି । ସେମାନେ ହେଲେ ସିପୁନ ଖମାରୀ, ଜନାର୍ଦ୍ଦନ ସିଂ, ଜିତୁ ନାଏକ ଏବଂ ଯୁଗଲ ମେହେର ।

କଂଗ୍ରେସର ପ୍ରେସମିଟ୍, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲ...