ମାଲକାନଗିରି, ୦୮/୦୬ : ମା' ଆଖି ଆଗରେ ପୁଅର ସଲୀଳ ସମାଧି। ପରିବାର ସହ ଗାଧୋଇବା ବେଳେ ଅଘଟଣ। ମାଲକାନଗିରି ଜିଲ୍ଲା ପୋଟେରୁ ବ୍ୟାରେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-36 ଗାଁର ଅନୁପ ଧର।

ସୂଚନାନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-36 ଗାଁର ରୂପକାନ୍ତ ଧର ନିଜ ପରିବାର ସହ ବାଲିମେଳା ନିକଟସ୍ଥ ପୋଟରୁ ବ୍ୟାରେଜକୁ ଗାଧୋଇବା ଲାଗି ଯାଇଥିଲେ। ହେଲେ ଗାଧୋଇବା ସମୟରେ ପୁଅ ଅନୁପ ଧର ପାଣି ଭିତରେ ନିଖୋଜ ହୋଇ ଯାଇଥିଲେ। ଅନୁପଙ୍କ ଗୋଡ଼ ଏକ ପଥର ସନ୍ଧିରେ ଲାଗିଯିବା ଯୋଗୁଁ ସେ ପାଣି ଭିତରୁ ବାହାରି ପାରିନଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ଅନୁପଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ବାଲିମେଳା ମେଡିକାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଓର୍କେଲ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ନଦୀରେ ହଠାତ୍ ପାଣି ଆସିବା ଯୋଗୁଁ ଅନୁପ ବୁଡ଼ି ଯାଇଥିବା ତାଙ୍କ ମାମୁଁ ଭବତୋଷ ଚୌଧୁରୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ସହାୟତା ଦାବି କରାଯାଇଛି। 

ଆହୁରି ପଢନ୍ତୁ- ଓଡ଼ିଶାରେ ତାତି ଜ୍ୱାଳା, ଏଇ କିଛି ନୁହେଁ ଆହୁରି ୩ ଦିନ ଜାଳିବ, କାଳବୈଶାଖୀ ପ୍ରଭାବରେ ଉପକୂଳରେ ଝଡ଼ବର୍ଷା

ସକାଳୁ ସକାଳୁ ଦର୍ଶନ କରନ୍ତୁ ସିଂହଦ୍ବାର ଫିଟା ନୀତି