ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଖିବୁଜିଲେ ସ୍ୱାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀ

Published By : Harapriya Sethi | January 25, 2025 7:59 AM

ନୀଳଗିରି,୨୫/୦୧: ଆଉ ଦିନକ ପରେ ପାଳନ ହୋଇଥାନ୍ତା ୭୬ତମ ସାଧାରଣତନ୍ତ୍ର ଦିବସ। ହେଲେ ଏହି ପବିତ୍ର ଦିନକୁ ଦେଖିବା ପାଇଁ ଆଉ ନାହାନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ କେଶବ ଚନ୍ଦ୍ର ପାଣିଗ୍ରାହୀ । ଶୁକ୍ରବାର ସେ ୯୮ବର୍ଷ ବୟସରେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ନରସିଂହପୁର ଗ୍ରାମ ନିଜବାସ ଭବନରେରେ ରାତ୍ରି ୧୦ ଘଟିକା ସମୟରେ ପରଲୋକ ହୋଇଥିଲା। ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ବ୍ରିଟିଶ ଶାସନର ବର୍ବରତା ସମୟରେ ତାଙ୍କର ଦେଶ ପାଇଁ ଅବଦାନ ଅତୁଳନୀୟ ଥିଲା। 

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ଗ୍ରାମର ପୁଅ ହେଉଛନ୍ତି କେଶବ ପାଣିଗ୍ରାହୀ। ସହଧର୍ମିଣୀ ସବୁ କ୍ଷେତ୍ରରେ ତାଙ୍କୁ ପ୍ରେରଣା ଦିଅନ୍ତି। ହେଲେ ତିନିବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ପରେ କେଶବ ଭାଙ୍ଗି ପଡିଥିଲେ। ୪ପୁଅ, ପୁତ୍ରବଧୁ, ୮ଜଣ ନାତି ନାତୁଣୀ ଅଛନ୍ତି । କେଶବଙ୍କ ଛାତ୍ରଜୀବନରେ ସଂଗ୍ରାମୀ ମନୋଭାବ ଦେଖା ଦେଇଥିଲା। ବାମପନ୍ଥୀ ନେତା ବନମାଳୀ ଦାସଙ୍କ ସହିତ ପ୍ରାଣବନ୍ଧୁ ଅଗସ୍ତି, ବଳରାମ ରାଜ, କରୁଣାକର ପାଣିଗ୍ରାହୀ, ଶୈଳେନ୍  ମହାରଣା, ବୈଷ୍ଣବ ପଟ୍ଟନାୟକଙ୍କ ଇଂରେଜ ଓ ରାଜାଙ୍କ ବିରୁଦ୍ଧରେ ମେଳି ବାନ୍ଧିଥିଲେ। ତାଙ୍କରି ନେତୃତ୍ୱରୁ ପ୍ରେରଣା ପାଇ ସେ ଦେଶ ମାତୃକା ପାଇଁ ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇଥିଲେ। ସେହି ସମୟରେ ତାଙ୍କର ବୟସ ମାତ୍ର ୧୭ ବର୍ଷ ଥିଲା। ମହାତ୍ମାଗାନ୍ଧୀ ଯେତେବେଳେ ଷ୍ଟେସନରେ ପହଞ୍ଚି ଯାଉଥିଲେ ସେ ତାଙ୍କୁ ଦେଖାକରିବା ପାଇଁ ଦୌଡ଼ିଯାଉଥିଲେ। ତାଙ୍କଠାରୁ ମଧ୍ୟ ପ୍ରେରଣା ପାଇଥିଲେ। ଏପରିକି ଇଂରେଜଙ୍କ ବିରୁଦ୍ଧରେ ମେଳି ବାନ୍ଧି ଜେଲ୍‌ ମଧ୍ୟ ଭୋଗିବାକୁ ପଡିଥିଲା। ଜେଲ୍‌ରେ ସଶ୍ରମ କାରାଦଣ୍ଡ ଭୋଗିବା ବେଳେ ଇଂରେଜ ମାନଙ୍କର ନିର୍ମମ ମାଡ଼ ଓ ଅକଥନୀୟ ନିର୍ଯାତନା ସହିବାକୁ ପଡିଥିଲା । ଯାହା ଆଜିବି ତାଙ୍କର ମନେ ରହିଛି । 

ସେତେବେଳେ ଇଂରେଜ ଶାସନର ବର୍ବରତା ଏତେ ଥିଲା ଯେ, ଘରେ ଝିଅ ବୋହୁ ରହିବାକୁ ଉଚିତ ମଣୁନଥିଲେ। ଗୋଟିଏ ପଟେ ଇଂରେଜ ଆଉ ଗୋଟିଏ ପଟେ ନୀଳଗିରି ରାଜାଙ୍କର ଶୋଷଣରେ ନୀଳଗିରିବାସୀ ତ୍ରାହି ତ୍ରାହି ଡାକୁଥିଲେ ।୧୯୪୭ ମସିହାରେ ଦେଶ ସ୍ଵାଧୀନ ପାଇଲା ସତ, ହେଲେ ନୀଳଗିରି ରାଜ୍ୟ ଗଣତନ୍ତ୍ରରେ ମିଶିନଥିଲା।  ନୀଳଗିରିର ଯୁବଗୋଷ୍ଠୀ ରାଜାଙ୍କ ବିରୁଦ୍ଧରେ ମେଳିବାନ୍ଧି ବିଦ୍ରୋହ କରିଥିଲେ। ସେଥିରେ ମଧ୍ୟ କେଶବ ପାଣିଗ୍ରାହୀ ସାମିଲ ହୋଇଥିଲେ। ଶେଷରେ ପ୍ରଜାମେଳି ଆନ୍ଦୋଳନ ପରେ ସରକାର ଚାପର ବଶବର୍ତ୍ତି ହୋଇ ନୀଳଗିରିକୁ ଗଣତନ୍ତ୍ରରେ ମିଶାଇବା ପୂର୍ବରୁ ତତ୍‌କାଳୀନ ନୀଳଗିରି ରାଜା ନୀଳଗିରି ଗଡ଼ଜାତକୁ କିଛି ସର୍ତ୍ତମୂଳକ ଭାବେ ଗଣତନ୍ତ୍ରରେ ସାମିଲ ହେବାକୁ ବାଧ୍ୟ କରିଥିଲେ। ପରେ ପରେ ଦେଶରେ ଥିବା ସମସ୍ତ ରାଜାଙ୍କ ଅଧୀନରେ ଥିବା ରାଜ୍ୟ ସରକାରଙ୍କ ଠାରେ ମିଶିଯାଇଥିଲା। 

କେଶବ ପାଣିଗ୍ରାହୀ ଏକତା ହିଁ ସଫଳତାର ଶ୍ରେୟ ଆଜିର ଯୁବପିଢିଙ୍କ ଠାରେ ସେଭଳି କିଛି ଦେଖିବାକୁ ମିଳୁନି ବୋଲି କହି ଆସିବା ସହ ଯୁବ ପିଢିଙ୍କୁ ପ୍ରେରଣା ଯୋଗାଈ ଆସୁଥିଲେ । ସମସ୍ତେ ଯେପରି ପାଠପଢି ଟଙ୍କା ରୋଜଗାର ପାଇଁ ଏକ ମିଶନରେ ବାହାରିଛନ୍ତି । ହେଲେ ଭୁଲିଯାଉଛନ୍ତି ଭାରତ ଦେଶ ଆମର ମାଆ। ଜନ୍ମିତ ମାଆ ଯେପରି ପରିବାର ଅଂଶ ତାକୁ ଭୁଲି ହୁଏନା, ସେହିଭଳି ମାଟି ମାଆ କଥା ଭୁଲିଯିବା କିପରି ? ଏହା ଥିଲା କେଶବ ଅଞ୍ଚଳର ଯୁବପିଢି ଙ୍କ ପାଇଁ ପ୍ରେରଣା । ତାଙ୍କର ଅକାଳ ବିୟୋଗ ପାଇଁ ନୀଳଗିରିର ଯୁବପିଢି ତାଙ୍କୁ ଝୁରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.