ପ୍ରମୂଖ ଖବର
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଫ୍ରୀ-ଷ୍ଟାଇଲ୍‌ ଚେସ୍‌ ଗ୍ରାଣ୍ଡସ୍ଲାମ୍‌: ପ୍ରଜ୍ଞାନନ୍ଦା, ଏରିଗାଇସି ହାରିଲେ...

Published By : Prameya | July 21, 2025 11:03 AM

ନୂଆଦିଲ୍ଲୀ,୨୧/୦୭: ଆମେରିକାର ଲାସ୍‌ ଭେଗାସରେ ଚାଲିଥିବା ଫ୍ରୀ-ଷ୍ଟାଇଲ୍‌ ଚେସ୍‌ ଗ୍ରାଣ୍ଡସ୍ଲାମ୍‌ ଟୁର୍‌ ଟୁର୍ଣ୍ଣାମେଣ୍ଟରେ  ରବିବାର ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସି ଓ ଆର୍‌. ପ୍ରଜ୍ଞାନନ୍ଦାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଲୋୟର ବ୍ରାକେଟ୍‌ ସେମି  ଫାଇନାଲ୍‌ରେ ପ୍ରଜ୍ଞାନନ୍ଦା ୧-୩ରେ ବିଶ୍ୱର ଏକ ନମ୍ବର ଖେଳାଳି  ନରୱେର ମାଗନସ କାର୍ଲସେନଙ୍କ ନିକଟରୁ ହାରି ଯାଇଥିଲେ ।  ସେ ପ୍ରଥମ ଗେମ୍‌ରେ କାର୍ଲସେନଙ୍କୁ ହରାଇଥିଲେ । 

ଚଳିତ  ଟୁର୍ଣ୍ଣାମେଣ୍ଟରେ ନରୱେ ତାରକାଙ୍କ ବିପକ୍ଷରେ ଏହା ତାଙ୍କର ଦ୍ୱିତୀୟ  ବିଜୟ ରହିଥିଲା । ମାତ୍ର କାର୍ଲସେନ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ସହ ପରବର୍ତ୍ତୀ ୩ଟି ଗେମ୍‌ ଜିତିଥିଲେ । ଏହାପରେ ସେ ଲୋୟର ବ୍ରାକେଟ  ଫାଇନାଲ୍‌ରେ ୨-୦ରେ ଏରିଗାଇସିଙ୍କୁ ପରାଜିତ କରିଥିଲେ । ପୂର୍ବରୁ ଏରିଗାଇସି ମୁଖ୍ୟ ବ୍ରାକେଟର ସେମି ଫାଇନାଲ୍‌ରେ  ପରାଜିତ ହୋଇ ଟାଇଟଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲେ । ସେ ପଞ୍ଚମ/ ଷଷ୍ଠ ସ୍ଥାନ ମ୍ୟାଚ୍‌ରେ ଆମେରିକାର ଫାବିଆନୋ କାରୁଆନାଙ୍କୁ ଏବଂ  ପ୍ରଜ୍ଞାନନ୍ଦା ସପ୍ତମ/ଅଷ୍ଟମ ସ୍ଥାନ ମ୍ୟାଚ୍‌ରେ ଆମେରିକାର ୱେସଲି  ସୋ’ଙ୍କୁ ଭେଟିବେ । 

ସେହିପରି କାର୍ଲସେନ ଓ ଆମେରିକାର ହିକାରୁ  ନାକାମୁରାଙ୍କ ମଧ୍ୟରେ ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ଲଢ଼େଇ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.